Home Breaking News / ତାଜା ଖବର ଅଟୋରେ ଚାଲାଣ ହେଉଥିଲା ଗଞ୍ଜେଇ: ପୋଲିସ ପିଛା କରିବାରୁ ଗାଡ଼ି ଛାଡ଼ି ଫେରାର ହୋଇଗଲା ଚାଳକ

ଅଟୋରେ ଚାଲାଣ ହେଉଥିଲା ଗଞ୍ଜେଇ: ପୋଲିସ ପିଛା କରିବାରୁ ଗାଡ଼ି ଛାଡ଼ି ଫେରାର ହୋଇଗଲା ଚାଳକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗଜପତି(ଦିନେଶ ପଟ୍ଟନାୟକ): ଗଜପତି ଜ଼ିଲ୍ଲା ଅଡବା ପୋଲିସ ଆଜି ରାଇପଙ୍କା ଅଞ୍ଚଳରେ ପାଟ୍ରୋଲିଂ କଲା ବେଳେ ଏକ ଅଟୋ ନଂ- AP -୩୫ X – ୧୫୦୭ ସହ ୬୬କେଜି ୭୦ ଗ୍ରାମ ଗଞ୍ଜେଇ ଜବତ କରିଛି l ଗଜପତି – ରାୟଗଡା ସୀମାନ୍ତ ରେ ପୋଲିସ ର ପାଟ୍ରୋଲିଂ ଚାଲିଥିବା ବେଳେ ଅଟୋଟି ଦ୍ରୁତ ଗତିରେ ପଦ୍ମପୁର ଆଡକୁ ଯାଉଥିଲାପୋଲିସ ପିଛା କରିବାରେ ଡ୍ରାଇଭର ଅଟୋରୁ ଡେଇଁ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି l ଦୁଇଟି ଜରି ବ୍ୟାଗରୁ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଏହି ଗଞ୍ଜେଇ ରାଇପଙ୍କା ଅଞ୍ଚଳରୁ ରାୟଗଡା ଜିଲ୍ଲା କେନ୍ଦୁଗୁଡା ଫାଣ୍ଡି ଅନ୍ତର୍ଗତ ନୂଆଗଡ଼କୁ ଚୋରା ଚାଲାଣ ହେଉଥିବା ଅଡବା ପୋଲିସ ସୂଚନା ଦେଇଛି l ଏନେଇ ଏକ ମାମଲା ରୁଜୁ ହେବା ସହ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ଆନନ୍ଦ ପାତ୍ର ସୂଚନା ଦେଇଛନ୍ତି

related posts

Leave a Comment