Home Breaking News କରୋନା ପାଇଁ ପରିବାର ପ୍ରତିପୋଷଣ ଚିନ୍ତାରେ ରାମେଶ୍ଵର ମନ୍ଦିର ସେବାୟତ

କରୋନା ପାଇଁ ପରିବାର ପ୍ରତିପୋଷଣ ଚିନ୍ତାରେ ରାମେଶ୍ଵର ମନ୍ଦିର ସେବାୟତ

by Times One Odia
Share with
     
 
 
   

କାମାକ୍ଷନଗର ରେ ଥିବା ପ୍ରସିଦ୍ଧ ଶୈବପୀଠ ରାମେଶ୍ଵର ମନ୍ଦିର ବଂଶାନୁକ୍ରମିକ ମହଦେବ ସେବା କରିଆସୁଛନ୍ତି ୬ଟି ପରିବାର |ମନ୍ଦିର ଟି ଦେବୋତ୍ତର ବିଭାଗ ଅଧୀନରେ ଥାଇ ମଧ୍ଯ ସେବାୟତ ଙ୍କୁ କୌଣସି ପ୍ରକାର ର ସାହାଯ୍ଯ ମିଳୁନାହିଁ | ମନ୍ଦିରରେ ଥିବା ୬ଟି ପରିବାର କରୋନା ପୂର୍ବରୁ ମନ୍ଦିର କୁ ଆଶୁଥିବା ଭକ୍ତଙ୍କ ଦାନ ଦାକ୍ଷିଣା ରେ ଯାହା ଯେମିତି ଚଳି ଯାଉଥିଲେ | କିନ୍ତୁ କରୋନା ପାଇ ସରକାରଙ୍କ ନୀୟମ ଅନୁସାରେ ଗତ ୨ ବର୍ଷ ହେଲାଣି ମନ୍ଦିର କୁ ଭକ୍ତ ଙ୍କୁ ଆସିବାକୁ ବାରଣ କରାଯାଇଅଛି ତେଣୁ ମନ୍ଦିର ଏବେ ଭକ୍ତ ଶୁନ୍ୟ ଯେଉଥିପାଇଁ ସେବାୟତ ମାନଙ୍କର ଆର୍ଥିକ ଅବସ୍ଥା ସମ୍ପୂର୍ଣ୍ଣ ଶୋଚନୀୟ | ମନ୍ଦିର ର ସେବାୟତ ମାନେ ଭୋକ ଉପାସରେ ଦିନ କାଟିବାକୁ ପଡୁଚି | ସେବାୟତ ମାନେ କହିବା କଥା ସରକାର ଏବଂ ଜିଲ୍ଲା ପ୍ରଶାସନ କେମିତି ସେମାନଙ୍କ କଥା ଭୁଲିଗଲା | ସରକାର ଏପର୍ଯ୍ଯନ୍ତ କୌଣସି ସାହାଯ୍ୟ କିମ୍ବା ସହାନୁଭୂତି ଦେଖାଇ ନାହାନ୍ତି | ମନ୍ଦିର ସେବାୟତ ମାନେ ଦାବି କରିଛନ୍ତି କି ସେମାନଙ୍କୁ ମାଶିକ ଦରମା ଦେବା ସଙ୍ଗେ ସଙ୍ଗେ କରୋନା ପାଇଁ ଆର୍ଥିକ ସାହାଯ୍ୟ ମଧ୍ୟ ଦିଆଯାଉ | ସରକାର ଯଦି ସାହାଯ୍ଯ ନକରନ୍ତି ତାହାଲେ ସେମାନେ ଆମରଣ ଅନଶନ କରିବେ ବୋଲି କହିଛନ୍ତି | ଏହାକୁ ଦୃଢ଼ ସମର୍ଥନ କରିଛି ରାଜ୍ଯ ଶୈବ ପୂଜକ ସଂଘ | ରାଜ୍ୟ ଶୈବ ପୂଜକ ସଂଘ ର ସଭାପତି ଆଚାର୍ଯ୍ୟ ଲଲିତ ମହାପାତ୍ର କହିଛନ୍ତି ସେ ରାମେଶ୍ଵର ମନ୍ଦିର ର ସେବାୟତ ଙ୍କୁ ସରକାର ସାହାଯ୍ଯ ଦାବି କରିଛନ୍ତି ତତ୍ ସହିତ ଉତ୍କଳ ଶିବଶକ୍ତି ପୂଜକ ସଂଘ ର ଢେଙ୍କାନାଳ ଜିଲ୍ଲା ସଭାପତି ସ୍ବାଧୀନ ମହାପାତ୍ର ଓ ସମ୍ପାଦକ ଦେବୀଦତ୍ତ ମହାପାତ୍ର ମଧ୍ଯ ଏହାକୁ ସମର୍ଥନ କରି କହିଛନ୍ତି ଆଗକୁ ଆନ୍ଦୋଳନ ତୀବ୍ର ହେବ |

related posts

Leave a Comment