Home Breaking News ସୈତାନ ପ୍ରେମିକ: ପ୍ରେମିକାକୁ ଜିଅନ୍ତା ଜାଳିଦେଲା

ସୈତାନ ପ୍ରେମିକ: ପ୍ରେମିକାକୁ ଜିଅନ୍ତା ଜାଳିଦେଲା

by Times One Odia
Share with
     
 
 
   

ପୁରୁଷୋତ୍ତମପୁର :ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମ ର ନାସ ମିଲ୍ ନିକଟରେ ଯୁବତୀ ଜଣକ ଅର୍ଦ୍ଧଦଗ୍ଧ ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖିଥିଲେ । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଯୁବତୀ ଜଣଙ୍କ ଉଦ୍ଧାର କରି ପୁରୁଷୋତ୍ତମପୁର ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରିଥିଲା । ଏହି ଘଟଣାରେ ଯୁବତୀଙ୍କ ପ୍ରେମୀକୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତ ହେଲେ କୃଷ୍ଣ ଚନ୍ଦ୍ର ସାହୁ । ମାମଲା ନମ୍ବର୩୩୪ /୨୧ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିବା ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଥିଲେ । ପ୍ରେମ ସଂପର୍କ କୁ ଆଧାର କରି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସୂଚନା ମୁତାବକ ପ୍ରତାପପୁର ଗ୍ରାମ ପ୍ରଶାନ୍ତ କୁମାର ଖାଡ଼ଙ୍ଗାଙ୍କ ଝିଅ ଶୁଭସ୍ମିତା ଖାଡ଼ଙ୍ଗା (୨୫)। ସନ୍ଧ୍ୟା ୭ଟା ସମୟରେ ଗ୍ରାମର ନିକଟରେ ଥିବା ନାସ ମିଲ ପାଖରୁ ଚିତ୍କାର କରିଥିବା ଗ୍ରାମ ବାସୀ ଶୁଣିଥିଲେ । ଘଟଣା ସ୍ଥଳ କୁ ଦୌଡ଼ି ଯାଇ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯୁବତୀ ପଡ଼ି ଚିତ୍କାର କରୁଥିବା ଦେଖିଥିଲେ । ଏହି ସମୟରେ ଘଟଣା ସ୍ଥଳ ରୁ ପ୍ରେମିକ ଜଣକ ଦୌଡ଼ି ପଳେଇବାକୁ ଉଦ୍ୟମ କରିଥିବା ସଫଳ ହୋଇଥିଲେ ମଧ୍ୟ ପ୍ରେମିକ ର ମୋବାଇଲ ନଂ କୁ ଟ୍ରାକିଂ କନେଷ୍ଟେବଲ ହେମନ୍ତ ସାହୁ, ମନରଞ୍ଜନ ଦାସ, ସୁଧାଂଶୁ ବେହେରା, ଏହି ତିନିଜଣ ପ୍ରେମିକ ର ପିଛା କରି ପୁରୁଷୋତ୍ତମପୁର ସ୍ଥିତ କେଶପୁର ଛକଠାରେ ପ୍ରେମିକକୁ କାବୁ କରିଥିଲେ । ଏହା ପରେ ଖୁବ କମ ସମୟ ମଧ୍ୟରେ ଏହି ଘଟଣା ଟି ପୁରା ଅଞ୍ଚଳରେ ଖେଳି ଯାଇଥିଲା । ଖବର ପାଇଁ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଓ ତାଙ୍କ ଟିମ୍ ପହଞ୍ଚି ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯୁବତୀକୁ ଉଦ୍ଧାର କରିଥିଲେ । ତାହା ଚିକିତ୍ସା ନିମନ୍ତେ ପୁଲିସ ଗାଡ଼ିରେ ପୁରୁଷୋତ୍ତମପୁର ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏହା ସହ ଯୁବକ ଜଣକୁ ପୁଲିସ ଗ୍ରାମବାସୀଙ୍କ ଠାରୁ ଉଦ୍ଧାର କରି ତାଙ୍କୁ ପଚାର ଉଚାର କରିଥିଲେ । ପ୍ରେମ ସମ୍ପର୍କ କୁ କେନ୍ଦ୍ର କରି ଘଟଣା ଘଟେଇଥିବା ପୁଲିସ ଜାଣିପାରି ପ୍ରେମିକକୁ ଗିରଫ କରିଥିଲେ । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧପଡ଼ା କପଡ଼ା, ଜୋତା,ମୋବାଇ,ପୁଡ଼ା ଦିଆସିଲି ଖାଟି ବକ୍ସ,ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ଯୁବତୀ ଜଣକ ଶରୀର ର ଅନେକ ଅଂଶ ଜଳି ହୋଇଯାଇଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିଆରେ ସ୍ଥାନନ୍ତର କରାଯାଇଥିଲା । ଏଠାରେ କିଛି ସମୟ ଚିକିତ୍ସା ପରେ ଯୁବତୀ ଜଣକ ମୃତ୍ୟୁ ଘଟିଥିବା ପୁଲିସ ପକ୍ଷରୁ ସୂଚନା । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଦପଡ଼ା ଜୋତା,ମୋବାଇ,ଦିଆସିଲି ଖାଟି ବକ୍ସ,ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା । ଏଥିରେ କନେଷ୍ଟବଳ ସୁଦର୍ଶନ ଜେନା ସହଯୋଗ କରିଥିଲେ । ପ୍ରେମିକ କୁ ଥାନାରେ ଅଟକ ରଖି ତଦନ୍ତ କରୁଛନ୍ତି ଏସ୍ଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ , ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ ।

related posts

Leave a Comment