Home Breaking News ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ହେଲେ ଭବାନୀକାନ୍ତ ସାହୁ

ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ହେଲେ ଭବାନୀକାନ୍ତ ସାହୁ

by Times One Odia
Share with
     
 
 
   

ବ୍ରହ୍ମପୁର: ଗତ ସେପ୍ଟେମ୍ବର ୨୩ରେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଭାବେ ଲକ୍ଷ୍ମଣ ଚୌଧୁରୀଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦାୟିତ୍ବ ଦେଇଥିଲେ । ବର୍ଷ ନପୁରୁଣୁ ତାଙ୍କୁ ରାଜ୍ୟ ଯୁବ ବିଜେଡିର ସାଧାରଣ ସମ୍ପାଦକ ଭାବେ ଅବସ୍ଥାପିତ କରାଯାଇଛି । ତାଙ୍କ ସ୍ଥାନରେ ଛାତ୍ରନେତା ତଥା ରାଜ୍ୟ ବିଜୁ ଛାତ୍ର ଜନତା ଦଳର ଉପସଭାପତି ଥିବା ଭବାନୀ ଶଙ୍କର ସାହୁଙ୍କୁ ଗଞ୍ଜାମ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଭାବେ ଅବସ୍ଥାପିତ କରାଯାଇଛି । ଏନେଇ ରାଜ୍ୟ ବିଜେଡି ମୁଖ୍ୟାଳୟରୁ ନିଯୁକ୍ତି ସଂପର୍କିତ ଚିଠି ଜାରି କରାଯାଇଛି । ସୂଚନାଥାଉକି , ଶ୍ରୀ ସାହୁ ୨୦୧୨ ମସିହାରୁ ଗଞ୍ଜାମ ଜିଲ୍ଲା ଛାତ୍ର ଜନତା ଦଳର ଜଣେ ବରିଷ୍ଠ ସଦସ୍ୟ ଭାବେ ରହି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସଭାପତି , ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ରହି ରାଜ୍ୟର ଯୁବକ ଓ ଛାତ୍ରଙ୍କୁ ସଂଗଠିତ କରି ଦଳୀୟ କାର୍ଯ୍ୟକ୍ରମରେ ସାମିଲ୍ କରି ଆସୁଥିଲେ । ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଭାବେ ଦାୟିତ୍ବ ଦେଇଥିବାରୁ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ , ରାଜ୍ୟ ଯୁବ ଜନତା ଦଳର ସଭାପତିଙ୍କ ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାୟକ , ସାଂସଦଙ୍କୁ କୃତଜ୍ଞତା ଜଣାଇଛନ୍ତି ।

related posts

Leave a Comment