Home Breaking News କମଳାଡ଼ିହରେ ଦୁର୍ଗାପୂଜା ଆଗରୁ ଖୋଲିବ ଷ୍ଟେଟବ୍ୟାଙ୍କ

କମଳାଡ଼ିହରେ ଦୁର୍ଗାପୂଜା ଆଗରୁ ଖୋଲିବ ଷ୍ଟେଟବ୍ୟାଙ୍କ

by Times One Odia
Share with
     
 
 
   

ନରସିଂହପୁର(ବିନୋଦ ନନ୍ଦ): ଆଜି ପୂର୍ବାହ୍ନରେ ନରସିଂହପୁର ର ଶେଷପ୍ରାନ୍ତ କମଳାଡ଼ିହରେ ବଡମ୍ବା ବିଧାୟକ ଦେବୀ ମିଶ୍ର, କଟକ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଅମ୍ବର କର, ଉପ ଜିଲ୍ଲାପାଳ ଶ୍ରୀ ଅଜାମ୍ବର ମହାନ୍ତି, ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ଆଞ୍ଚଳିକ ପରିଚାଳକ ଶ୍ରୀ ଦିବେନ୍ଦୁ ଦାସ, ଚିଫ ମ୍ୟାନେଜର ଶ୍ରୀ ଚିତ୍ତରଞ୍ଜନ ପଟ୍ଟନାୟକ ଓ ବୈଷୟିକ ଟିମ ସହ ଯାଇ କମଳାଡ଼ିହ ପଞ୍ଚାୟତ ଦ୍ୱାରା ପ୍ରଦତ୍ତ ବି.ଏନ. ଆର. ଜି.ଏସ.କେ (BNRGSK) ବିଲ୍ଡିଂ ରେ ନୂତନ ବ୍ୟାଙ୍କ ଖୋଲିବା ପାଇଁ ନିରୁପିତ କରିଥିଲେ । ସ୍ଥାନୀୟ ଚେୟାରମ୍ୟାନ ଶ୍ରୀ କିଶୋର ମିଶ୍ର, ବିଡ଼ିଓ ଶ୍ରୀ ପ୍ରଦୀପ ସାହୁ, ତହସିଲଦାର ଶ୍ରୀ ଆଲୋକ ଦେହୁରୀ, ଇଂଜିନିୟର ଶ୍ରୀ ଦିଲ୍ଲୀପ ବେହେରା ସ୍ଥାନୀୟ ପ୍ରତିନିଧି ବରିଷ୍ଠ ନାଗରିକ ମାନଙ୍କ ଗହଣରେ ବୁଲାଇ ଦେଖିଥିଲେ ।

କମଳାଡ଼ିହ ରେଗେଡା ଓ ସଂଲଗ୍ନ ପଂଚାୟତ ଅଧିବାସୀଙ୍କ ବହୁ ଦିନର ଏକ ଷ୍ଟେଟବ୍ୟାଙ୍କ ଖୋଲିବା ପାଇଁ ଥିବା ଆଶା ଫଳବତୀ ହେବାକୁ ଯାଉଛି । ଗଲା ୩ ବର୍ଷ ଧରି ବିଧାୟକ ମିଶ୍ର ଏବଂ ବିଶେଷ କରି ସର୍ବଶ୍ରୀ ଭର୍ତ୍ତୃହରି ମହତାବ ଏଥିପାଇଁ ଲଗାତାର ଉଦ୍ୟମ କରି ଆସୁଛନ୍ତି । ଆଜି ଏଥିପାଇଁ ଅଞ୍ଚଳବାସୀ ତଥା ବରିଷ୍ଠ ନାଗରିକ ମାନଙ୍କ କର୍ମକର୍ତ୍ତା ସର୍ବଶ୍ରୀ ବୈକୁଣ୍ଠ ସାହୁ, ସଞ୍ଜୟ ଡାଳୁଆ, ଲୋକନାଥ ସାହୁ ଅଚ୍ୟୁତ ସାହୁ, ଯୋଡୁମ ପ୍ରଗଣା ଆଞ୍ଚଳିକ କମିଟି ସଭାପତି ଶ୍ରୀ ଶରତ ଖଟୁଆ, ପବିତ୍ର ପ୍ରଧାନ, ତଥା ପୂର୍ବ ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ନାରଣ ନାୟକ, ଟୁଟୁ ଡ଼ାଳୁଆ ପ୍ରମୁଖ ଖୁସି ପ୍ରକଟ କରିଛନ୍ତି । ପର୍ଯ୍ୟଟନର ବିକାଶରେ ଏହା ସହାୟକ ହେବ ବୋଲି ମତପ୍ରକାଶ କରିଛନ୍ତି ।

ଏହି ପରିଦର୍ଶନ ବେଳେ BSNL ଅଧିକାରୀ ସର୍ବଶ୍ରୀ କୈଳାଶ ମହାରଣା,ଶ୍ରୀ ବଳରାମ ପାଲ ମୁଖ୍ୟ ପରିଚାଳକଙ୍କୁ ଜିଲ୍ଲାପାଳ ତୁରନ୍ତ ସେପ୍ଟେମ୍ବର ଆଗରୁ ନେଟ ଓ ମୋବାଇଲ କାର୍ଯ୍ୟକାରିତା ସଂଯୋଗ ଓ ଉନ୍ନତି କରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

related posts

Leave a Comment