ଫୁଲବାଣୀ(ସୁନୀଲ ପଟନାୟକ): ଫୁଲବାଣୀ ମୁନିସିପାଲିଟିଅଂଚଳ ରେ ଲାଇଟଲାଗିଲା lଏସବୁ ମନ୍ତ୍ରୀ ପ୍ରତାପ ଜେନା ଙ୍କ କଡା ନିର୍ଦେଶ ଯୋଗୁଁ ସଂଭଵ ହୋଇପାରିଛି l ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଜେନା କନ୍ଧମାଳ ଜ଼ିଲା ର ପର୍ଯ୍ୟବେକ୍ଷକ ଭାବେ ଦାଇତ୍ୱ ଗ୍ରହଣ ପରେଏ ସବୁ ସସମ୍ଭବ ହୋଇପାରିଥିବା ଜଣାପଡିଛି l ସହର ର ବିଭିନ ମୁଖ୍ୟ ଛକ ଯଥା ମାଦିକୁନ୍ଦା ଛକ,ଜଗନ୍ନାଥ ମନ୍ଦିର ଛକ , କୋର୍ଟ ଛକ , ପିଅନପଡ଼ା ,ମେଡିକା ଲଛକ ,କଲେଜ ଛକ ପାଖରେ, ହୁଣ୍ଡା ସୋରୁମ ପାଖ, ଜଳଛାୟା ଅଫିସ ପାଖ, ପେଂଜିସାହି ପାଖ,ଷ୍ଟେଟ ବ୍ୟାଙ୍କ, ମେନରୋଡ ପାଖରେ ଲାଇଟ ଖୁଣ୍ଟ ଥିଲେ ମଧ୍ୟ କେତେକ ସ୍ଥାନରେ ଲାଇଟ ରାତିରେ ଜଳୁ ନଥିଲା ଏ ନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପୌର କତୃପକ୍ଷ ଶୁଣୁନଥିଲେ,ତେବେ ଏଇ ବିଷୟ ରେ କୋଣସି ସୂତ୍ର ରୁ ନଗର ଉନୟନମନ୍ତ୍ରୀ ତଥା କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳ ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଶୁଣି ତୁରନ୍ତ ଫୁଲବାଣୀ ପୌର ପାଳିକା କୁ ଯଥାଶୀଘ୍ର ସମସ୍ତ ଲାଇଟ କୁ ସଜାଡ଼ିବା ପାଇଁ ନିର୍ଦେଶ ଦେଇଥିଲେ ମନ୍ତ୍ରୀ ଙ୍କ ନିର୍ଦେଶ ପ ରେ ଫୁଲବାଣୀ ପୌର କତୃପକ୍ଷ ତୁରନ୍ତ ମରାମତି କରି ଲାଇଟ ଜଳାଇ ଥିବାରୁ ଫୁଲବାଣୀ ର ବୁଦ୍ଧିଜୀବୀ, ଜନସାଧାରଣ ମନ୍ତ୍ରି କୁଂ ଧନ୍ୟବାଦ ଜଣାଇଛନ୍ତିl ତେବେ ବିଦ୍ୟୁତ ଖୁଣ୍ଟ ସମୁଖରେ ଗଛ ଡାଳ ସବୁ ସଫା କରାନଯିବା ଫଳରେ ଲାଇଟ ରାସ୍ତାରେ ପଡୁନି, ରାସ୍ତା ଅନ୍ଧାର ରହୁଛି ଫଳରେ ଲୋକଙ୍କ ଗମନା ଗମନ ରେ ଅସୁବିଧା ହେଉଛି l ମନ୍ତ୍ରୀ ଶ୍ରୀ ଜେନା ଏଥି ପ୍ରତି ଦ୍ରୁଷ୍ଟି ଦେଇ ନିର୍ଦେଶ ଦେଇ ପ୍ରତିକାର ଵ୍ୟଵସ୍ଥା କରିବା କୁ ଦାବୀ ହେଉଛି
ମନ୍ତ୍ରୀଙ୍କ ନିର୍ଦେଶ ପରେ ଫୁଲବାଣୀ ମ୍ୟୁନିସିପାଲଟି ଆଲୋକିତ ହେଲା
Share with
previous post