Home Breaking News / ତାଜା ଖବର ବିଷମକଟକ ମଣ୍ଡଳର ଦ୍ଵିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବିଷମକଟକ ମଣ୍ଡଳର ଦ୍ଵିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ବିଷମକଟ କମଣ୍ଡଳ ଭାରତୀୟ ଜନତା ପାର୍ଟି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକଟି ମଣ୍ଡଳ ସଭାପତି ଶ୍ରୀମାନ ରହିତ ଦଣ୍ଡସେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ପୂର୍ବତନ ସଭାପତି ତଥା ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଶିବଶଙ୍କର ଉଲ୍ଲାକା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ରମେଶ ସାମନ୍ତ, ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ପାଳ, SC ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ଜେ.ବାବୁରାଓ, ଜିଲ୍ଲା OBC ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ରୁଦ୍ରପ୍ରସାଦ ମୁଗୁଲି, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ରଞ୍ଜନା ଉପାଧ୍ୟାୟ ଯୋଗଦେଇଥିଲେ । ବିଷମକଟକ ଅଞ୍ଚଳର ଯୁବନେତା ଗୌତମ ଉଲ୍ଲାକାଙ୍କ ସମେତ ପୂର୍ବତନ କ୍ରୁଷକ ମୋର୍ଚ୍ଚା ସଭାପତି ବାଦଲ କୁମାର ରଣା, ପୂର୍ବତନ SC ମୋର୍ଚ୍ଚା ସଭାପତି ସୁକାନ୍ତ ସେଠୀ, ଜିଲ୍ଲା ଯୁବମୋର୍ଚାର ଉପ ସଭାନେତ୍ରୀ ମୋଇନା ଆଚାର୍ଯ୍ୟ ଏହି ଭଳି ଭାରତୀୟ ଜନତା ପାର୍ଟିର ଅନେକ କର୍ମୀମାନେ ଯୋଗଦେଇଥିଲେ । ଭାରତୀୟ ଜନତା ପାର୍ଟିର କାର୍ଯ୍ୟଶୈଳୀକୁ ଉଚିତ ମନେକରି ପ୍ରାୟ ୨୦ ରୁ ଉର୍ଦ୍ଧ ମହିଳାମାନେ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗଦେଲେ । ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ଭାରତୀୟ ଜନତା ପାର୍ଟିକୁ ବିଷମକଟକରେ ସୁଦ୍ରୁଢ କରିବା ପାଇଁ ମୁଖ୍ୟ ଅତିଥି ଶିବଶଙ୍କର ଉଲ୍ଲାକା ଅଭିଭାଷଣ ରଖିଥିଲେ । ବିଷମକଟକ ଅଞ୍ଚଳରେ ଯେଉଁ ଯେଉଁ ସମସ୍ୟା ଅଛି ତାହା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟକରି ଭାରତୀୟ ଜନତା ପାର୍ଟିକୁ ଆଗେଇ ନେବାକୁ ସମସ୍ତ କର୍ମକର୍ତ୍ତା ମାନଙ୍କୁ ବୁଝାଇଥିଲେ । ଆଜିର କାର୍ଯ୍ୟକ୍ରମକୁ ରହିତ ଦଣ୍ଡସେନା ପରିଚାଳନା କରିଥିବା ବେଳେ ଗୌତମ ଉଲ୍ଲାକା ଧନ୍ୟବାଦ ଭାଷଣ ଦେଇ ସଭାସାଙ୍ଗ କରିଥିଲେ ।

related posts

Leave a Comment