Home Breaking News ସଞ୍ଜୟଙ୍କ OCA ଭିଜନ 2024:ସଫଳ ହେବ ତ?

ସଞ୍ଜୟଙ୍କ OCA ଭିଜନ 2024:ସଫଳ ହେବ ତ?

by Times One Odia
Share with
     
 
 
   

()ଓଡ଼ିଶା କ୍ରିକେଟ ର ଉନ୍ନତି ପାଇଁ ସମ୍ପାଦକ ସଞ୍ଜୟ ବେହେରା ଆଣିଲେ ବିପ୍ଳବ,ଭିଜନ 2024|ହେଲେ ଏବେ ସାଧାରଣ ତଥା କ୍ରୀଡ଼ାବିତ ଙ୍କ ମନରେ ପ୍ରଶ୍ନ, ଏହା ସଫଳ ହେବ ତ? ନା ଯଥା ପୂର୍ବଂ ତଥା ପରମ ନୀତିରେ ଆଗେଇ ଚାଲିବ |ଏବେ ଜିଲ୍ଲା ଇଂଟ୍ରା କ୍ଲବ ପ୍ରତିଯୋଗିତାରୁ ଜିଲ୍ଲା ଟିମ ଗଠନ କୁ ନେଇ ସୃଷ୍ଟିହୋଇଛି ପ୍ରଶ୍ନବାଚୀ |
ରାଜ୍ୟ କ୍ରିକେଟ ର ଉନ୍ନତି ପାଇଁ ସମ୍ପାଦକ ସଞ୍ଜୟଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ |ତୃଣମୂଳ ସ୍ତରରୁ ଖେଳାଳୀ ସୃଷ୍ଟି କରିବା ଲକ୍ଷରେ ବିଭିନ୍ନ ଜିଲ୍ଲରେ ଥିବା କ୍ଲବକୁ ନେଇ ଇଂଟ୍ରା କ୍ଲବ ପ୍ରତିଯୋଗିତା 2019ରୁ ଆରମ୍ଭ କଲେ |ଯାହାଫଳରେ ତୃଣ ମୂଳ ସ୍ତରର ଖେଳାଳୀ ନିଜର ଦକ୍ଷତା ପ୍ରଦର୍ଶନ ପାଇଁ ଆଗେଇ ଆସିଲେ |ଏମିତିକି ଲାଇଭ ସ୍କୋର ମାଧ୍ୟମରେ ଖେଳାଳିଙ୍କ ପ୍ରଦର୍ଶନ ଘରେ ଘରେ ପହଂଚିପାରିଲା |କୌଣସି କଥା ଅଛପା ରହିଲାନି |କ୍ରୀଡାକ୍ଷେତ୍ରରେ ଏହା ନୂଆ ଜାଗରଣ ସୃଷ୍ଟିକଲା |ସଞ୍ଜୟଙ୍କ ଏହି ପଦକ୍ଷେପ ଆଦୃତ ହେଲା ଏବଂ ସାଧାରଣରେ OCA ପ୍ରତି ମନୋଭାବ ସ୍ଵଛ ହେବାରେ ଲାଗିଲା |ସମସ୍ତେ ଆଶା ବାନ୍ଧିଲେ ଆଉ ପ୍ରିୟାପ୍ରିତି ଓ BACK DOOR ENTRY ସମ୍ପୂର୍ଣ ରୂପେ ମୂଳପୋଛ ହେଇଯିବ |ଏବେ ଜିଲ୍ଲା ଟିମ ଗଠନକୁ ନେଇ ସୃଷ୍ଟି ହୋଇଛି ଝଡ଼ | କାହିଁକି ନାଁ,ଉଦେଶ୍ୟ ଥିଲା ଇଂଟ୍ରା କ୍ଲବ ପ୍ରତିଯୋଗିତାରେ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ OCA ଏକ ତାଲିକା ପ୍ରସ୍ତୁତ କରି ପ୍ରତି ଜିଲ୍ଲାକୁ ନିଜ ଦଳ ଗଠନ ପାଇଁ ଦାୟିତ୍ୱ ଦେବ |ସେହି ତାଲିକାକୁ ଆଧାର କରି ପ୍ରତି ଜିଲ୍ଲା ସେମାନଙ୍କ ଦଳ ଗଠନ କରିବେ | କିନ୍ତୁ ବର୍ତମାନ ଦେଖାଯାଉଛି, OCA ନିୟମକୁ ଉଲ୍ଲଙ୍ଘନ କରି ତାଲିକାରେ ନଥିବା ଖେଳାଳିଙ୍କୁ ନେଇ ଦଳ ଗଠନ କରାଯାଉଛି |ଏହାଦ୍ୱାରା ତାଲିକାଭୁକ୍ତ କିଛି ଖେଳାଳୀ ଜିଲ୍ଲା ଦଳରୁ ବାଦ ପଡୁଛନ୍ତି |ଏବେ ଅନ୍ଧକାରକୁ ଠେଲି ହୋଇଯାଉଛି ସେମାନଙ୍କ ଭବିଷ୍ୟତ |ତେବେ ଇଂଟ୍ରା କ୍ଲବ ପ୍ରତିଯୋଗିତା କରିବାର ଉଦେଶ୍ୟ ବାଟବଣା ହେଉଛି |କାହିଁକି ନାଁ ଉତ୍ତମ ଖେଳାଳୀ ସୃଷ୍ଟି କରିବା ଉଦେଶ୍ୟରେ OCA ଲକ୍ଷ ଲକ୍ଷ ପାଣ୍ଠି ଖର୍ଚ୍ଚ କରି ଏହି ପ୍ରତିଯୋଗିତା ଆରମ୍ଭ କରିଥିଲା |କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠୁଛି ନୂତନ ଖେଳାଳିଙ୍କ ପାଇଁ ସୁଯୋଗ ଆସିବ କେବେ |ଏବେ ଭୁବନେଶ୍ୱର ର ବରିଷ୍ଠ ଖେଳାଳୀ ଙ୍କ ଦଳ ଚୟନକୁ ନେଇ ଚର୍ଚ୍ଚା ଜୋର ଧରିଛି |OCA ପଠାଇଥିବା ତାଲିକା ବାହାରେ ଥିବା କିଛି ଖେଳାଙ୍କୁ ଜିଲ୍ଲା ଦଳରେ ସାମିଲ କରାଯାଇଛି |
ତେବେ ସଞ୍ଜୟଙ୍କ ଏଭଳି ଉତ୍ତମ ପଦକ୍ଷେପର ସ୍ବପ୍ନ କଣ ସ୍ୱପ୍ନରେ ରହିଯିବ |

related posts

Leave a Comment