Home Breaking News ଆସୁଛି ଆଉ ଏକ ଲଘୁଚାପ

ଆସୁଛି ଆଉ ଏକ ଲଘୁଚାପ

by Times One Odia
Share with
     
 
 
   

ଭୁବନେଶ୍ବର: ଆସୁଛି ଆଉ ଏକ ଲଘୁଚାପ। ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି। ଆସନ୍ତା ୨୮ ତାରିଖ ବେଳକୁ ଉତ୍ତର ବଙ୍ଗପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏନେଇ ଆକଳନ କରିଛି ପାଣିପାଗ ବିଭାଗ। ଏହା ପ୍ରଭାବରେ ରାଜ୍ୟରେ ୨୭ ତାରିଖରୁ ବର୍ଷା ବଢ଼ିବା ନେଇ ଆକଳନ କରାଯାଉଛି । ୨୯ ତାରିଖ ଯାଏଁ ଏହା ରାଜ୍ୟରେ ବର୍ଷା କରାଇବ। ବିଶେଷ କରି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଅଛି।

ପାଣିପାଗ ବିଭାଗ ଆକଳନ କରିଛି ଯେ, ରବିବାର ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ତଥାପି ରାଜ୍ୟର କିଛି ସ୍ଥାନରେ ଅଳ୍ପ ବର୍ଷା ହୋଇପାରେ। ଅନ୍ୟପଟେ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି।

ସେହପିରି ସୋମବାର ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।ବର୍ଷା ବଢ଼ିବ ମଙ୍ଗଳବାର (୨୬ ତାରିଖ)ଠାରୁ । ଅନେକ ସ୍ଥାନରେ ବର୍ଷା ହେବ । ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା,ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ଏହାବାଦ୍‌ ଅନେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି ।

related posts

Leave a Comment