Home Breaking News / ତାଜା ଖବର ସେପ୍ଟେମ୍ବର ସୁଦ୍ଧା ପିଲାଙ୍କ ନିମନ୍ତେ କୋଭିଡ୍‌ ଟିକା ହୋଇପାରେ ପ୍ରସ୍ତୁତି!

ସେପ୍ଟେମ୍ବର ସୁଦ୍ଧା ପିଲାଙ୍କ ନିମନ୍ତେ କୋଭିଡ୍‌ ଟିକା ହୋଇପାରେ ପ୍ରସ୍ତୁତି!

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ସେପ୍ଟେମ୍ବର ସୁଦ୍ଧା ଦେଶରେ ପିଲାମାନଙ୍କ ନିମନ୍ତେ କୋଭିଡ୍‌ ଟିକାକରଣ ଆରମ୍ଭ ହୋଇପାରେ ବୋଲି ‘ଏମ୍‌ସ୍‌’ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ଆଜି ସକାଳେ ଗଣମାଧ୍ୟମକୁ କହିଛନ୍ତି। ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବାରେ ଏହା ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେବ ବୋଲି ମଧ୍ୟ ସେ କହିଛନ୍ତି।

ସେ କହିଛନ୍ତି, ମୋର ମନେହୁଏ ‘ଜାଇଡସ୍‌’ ପରୀକ୍ଷା କରି ସାରି ଜରୁରୀକାଳୀନ ସ୍ବୀକୃତିକୁ ଅପେକ୍ଷା କରିଛି। ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ପରୀକ୍ଷା ଅଗଷ୍ଟ କିଂବା ସେପ୍ଟେମ୍ବର ସୁଦ୍ଧା ଶେଷ ହେବା କଥା ଏବଂ ସେତେବେଳକୁ ଆମେ ନିଶ୍ଚୟ ଅନୁମୋଦନ ପାଇଯିବୁ। ଆମେରିକାର ‘ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ ଫାଇଜର୍‌ ଟିକାକୁ ଅନୁମୋଦନ ଦେଇ ସାରିଛି। ସେପ୍ଟେମ୍ବର ସୁଦ୍ଧା ଆମେ ପିଲାଙ୍କୁ ଟିକା ଦେବା ଆରମ୍ଭ କରିବୁ ବୋଲି ଆଶା କରୁଛୁ। ସଂକ୍ରମଣ ଶୃଙ୍ଖଳ ଛିନ୍ନ କ୍ଷେତ୍ରରେ ଏହା ହେବ ଗୁରୁତ୍ବପୂର୍ଣ୍ଣ।

related posts

Leave a Comment