Home Breaking News ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ କନ୍ଧମାଳ ଗସ୍ତ

ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ କନ୍ଧମାଳ ଗସ୍ତ

by Times One Odia
Share with
     
 
 
   

ଫୁଲବାଣୀ(ସୁନୀଲ ପଟନାୟକ): ଘଂଚ ଜଙ୍ଗଲ ଓ
ପ୍ରାକୃତିକ ପରିବେଶ କନ୍ଧମାଳ ଜିଲା ରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି ଯାହାକି ପର୍ଯ୍ୟଟକ ମାନଙ୍କୁ ବେଶ ଆକୃଷ୍ଟ କରୁଛି ଏଣୁ ଜ଼ିଲା ରେ ଅଧିକ ରୁ ଅଧିକ ଇକୋ ରିଟ୍ରିଟ ଖୋଲିଲେ ଅଧିକ ପର୍ଯ୍ୟଟକ ଆସିବେ ଓ ଜ଼ିଲା ରସାମାଜିକ ଓ ଅର୍ଥନୈତିକ ଉନତି ହୋଇପାରିବ ବୋଲି କନ୍ଧମାଳ ଗସ୍ତ ରେ ଆସି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଙ୍କ ମୁଖ୍ୟ ପରାମର୍ଶ ଦାତା ଅସିତ ତ୍ରିପାଠୀ ମତ ବ୍ୟକ୍ତ କରିଛନ୍ତି l ସେହି ପରି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଯିବା ଲାଗି ରାସ୍ତାଗୁଡିକର ମରାମତି କରିବା ଲାଗିବନବିଭାଗକୁ ନିର୍ଦ୍ଦେଶ ଦେଇଥିଲୋ
ଶ୍ରୀ ତ୍ରିପାଠି ଜ଼ିଲା ର କେତକ ପର୍ଯ୍ୟଟନ ସ୍ଥଳି ବୁଲିଥିଲେ l ସେହିପରି କନ୍ଧମାଳ ଜିଲ୍ଲାର ଆଦିବାସୀ କଳା ଓ ସଂସ୍କୃତିର ବିକାଶପାଇଁ ସଂଗ୍ରାହଳୟ ପ୍ରତିଷ୍ଠା କରିବାଲାଗି ସ୍ଥାନ ଚିହ୍ନଟ କରିବାଲାଗ ପ୍ରଶାସନ କୁ ପରାମର୍ଶ ଦେଇଛନ୍ତି। ସେହିପରି ଆସନ୍ତା ଶିତ ଦିନେ ରାଜ୍ୟସ୍ତରୀୟ ବାଇକ କ୍ଲବ ସହ ଆଲୋଚନା କରିଏକ ବାଇକ ମ6ହାତ୍ସବର ଆୟୋଜନ କରିବାପାଇଁ ଶ୍ରୀତିପାଠିପରାମର୍ଶ ଦେଇଥିଲେ।
ଅନ୍ୟମାନଂକ ମଧ୍ୟରେ ଜ଼ିଲ୍ଲାପାଳ ଡ. ଵୃନ୍ଦା ଡ଼ି. ଏସ ପି. ବିନୀତ ଅଗ୍ରୱାଲ. ଅତିରିକ୍ତ ଜ଼ିଲ୍ଲାପାଳ ବସନ୍ତ ସାହୁ, ଜ଼ିଲା ପର୍ଯ୍ୟଟନ ଅଧିକାରୀ ଅଞ୍ଜନ କୁମାର ବାରିକ ଓ ଅନ୍ୟ ଅଧିକାରୀ ମାନେ ଆଲୋଚନା ବେଳେ ଉପସ୍ଥିତ ଥିଲେ l

related posts

Leave a Comment