Home Breaking News / ତାଜା ଖବର ଆରମ୍ଭ ହେଲା ଟୋକିଓ ଅଲିମ୍ପିକ୍ସ, ଉଦଘାଟନୀରେ ଭାରତର ପତାକା ଧରିଲେ ମନପ୍ରୀତ ଓ ମେରିକମ

ଆରମ୍ଭ ହେଲା ଟୋକିଓ ଅଲିମ୍ପିକ୍ସ, ଉଦଘାଟନୀରେ ଭାରତର ପତାକା ଧରିଲେ ମନପ୍ରୀତ ଓ ମେରିକମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜାପାନର ଟୋକିଓ ସହରର ନବନିର୍ମିତ ନାସନାଲ ଷ୍ଟାଡିୟମରେ ଆରମ୍ଭ ହୋଇଛି ବିଶ୍ୱ କ୍ରୀଡାର ମହାକୁମ୍ଭ ଅଲିମ୍ପିକ୍ସ । ତେବେ କରୋନା ମହାମାରୀ ଯୋଗୁଁ ବିନା ଦର୍ଶକରେ ଏହି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଉଛି । ଭାରତୀୟ ଦଳର ୨୦ ଜଣ ଆଥଲେଟ୍ ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିଲେ । ଭାରତୀୟ ବକ୍ସର ମେରୀ କମ୍ ଓ ଭାରତୀୟ ହକିଦଳର ଅଧିନାୟକ ମନପ୍ରିତ ସିଂ ତ୍ରିରଙ୍ଗା ଧରି ଭାରତୀୟ ଦଳର ନେତୃତ୍ବ କରିଥିଲେ । ଅଲିମ୍ପିକ୍ସର ପରମ୍ପରା ଅନୁସାରେ ଗ୍ରୀସର ଆଥଲେଟ ଦଳ ପ୍ରଥମେ ଶୋଭାଯାତ୍ରାରେ ବାହାରି ଥିଲେ ।
ଅଲିମ୍ପିକ୍ସରେ ଏଥର ୨୦୦ରୁ ଅଧିକ ଦେଶର ପାଖାପାଖି ୧୧୪୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ୩୩ କ୍ରୀଡ଼ାର ୫୦ ଶୃଙ୍ଖଳା ଓ ୩୩୯ ଇଭେଣ୍ଟରେ ଜାପାନ ରାଜଧାନୀ ଟୋକିଓରେ ଅଗଷ୍ଟ ୮ ତାରିଖ ପର‌୍ୟ୍ୟନ୍ତ ଚାଲିବ । ଏଥର ଭାରତ ୧୨୭ ଜଣ ଖେଳାଳି ଟୋକିଓ ପଠାଇଛି।

related posts

Leave a Comment