Home Breaking News / ତାଜା ଖବର ଅଶ୍ଳିଳ ଭିଡିଓ ମାମଲା-ଜୁଲାଇ ୨୭ ଯାଏଁ ପୋଲିସ ହାଜତକୁ ଗଲେ ରାଜ କୁନ୍ଦ୍ରା

ଅଶ୍ଳିଳ ଭିଡିଓ ମାମଲା-ଜୁଲାଇ ୨୭ ଯାଏଁ ପୋଲିସ ହାଜତକୁ ଗଲେ ରାଜ କୁନ୍ଦ୍ରା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଅଶ୍ଳିଳ ଭିଡିଓ ଏବଂ ପର୍ଣ୍ଣ ଫିଲ୍ମ ନିର୍ମାଣରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢୁଛି । ରାଜ କୁନ୍ଦ୍ରାଙ୍କ ହାଜତ ମିଆଦ ବଢାଇଛନ୍ତି କୋର୍ଟ । ଆଜି ୩ ଦିନିଆ ରିମାଣ୍ଡ ଅବଧି ସରୁଥିବାରୁ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତେବେ ଅଧିକ ତଦନ୍ତ ପାଇଁ ତାଙ୍କୁ ଆଉ ୪ ଦିନ ପୋଲିସ ରିମାଣ୍ଡରେ ପଠାଇଛନ୍ତି କୋର୍ଟ ।

ପୋଲିସ ହେପାଜତରେ ରାଜ କୁନ୍ଦ୍ରା ତଦନ୍ତରେ ସହ ଯୋଗ କରୁନଥିବା ପୋଲିସ ସୂତ୍ରରୁ ଜଣାପଡିଛି । ସେ ଅଶ୍ଳିଳ ଫିଲ୍ମ ତିଆରି କରୁନଥିଲେ ବୋଲି କହୁଛନ୍ତି । ତଦନ୍ତରେ ସହଯୋଗ କରୁନଥିବାରୁ କ୍ରାଇମବ୍ରାଂଚ ରିମାଣ୍ଡ ଅବଧି ବଢାଇବାକୁ କୋର୍ଟରେ ଆବେଦନ ହୋଇଥିଲା । ଯେଉଁଥିରେ କୋର୍ଟ ଆସନ୍ତା ୨୭ ତାରିଖ ଯାଏଁ ତାଙ୍କୁ ରିମାଣ୍ଡରେ ପଠାଇ ଦେଇଛନ୍ତି । ମାମଲାର ଯାଂଚ କରୁଥିବା ଅଧିକାରୀ କହିଛନ୍ତି ଅଶ୍ଳିଳ ଫିଲ୍ମ ଓ ଭିଡିଓ ତିଆରି ମାମଲାରେ ରାଜ କୁନ୍ଦ୍ରାଙ୍କ ନାଁରେ ଯଥେଷ୍ଟ ପ୍ରମାଣ ରହିଛି । ବର୍ତମାନ ସୁଦ୍ଧା ତଦନ୍ତରୁ ମଳିଥିବା ତଥ୍ୟ ଅଂନୁସାରେ ୨୦୧୯ ମସିହାରୁ ରାଜ କୁନ୍ଦ୍ରା ଅଶ୍ଳିଳ ଚଳଚିତ୍ର ନିର୍ମାଣ ଆରମ୍ଭ କରିଥିଲେ । ଏଥିରୁ ସେ କୋଟିକୋଟି ଟଙ୍କା ରୋଜଗାର କରିଛନ୍ତି । ଏହି ଘଟଣାରେ ବର୍ତମାନ ସୁଦ୍ଧା ୧୧ ଜଣଙ୍କୁ ଗିରଫ କରାଯାଇଛି । ତଦନ୍ତ ଆଗକୁ ବଢିଲେ ଆହୁରି ଖିଅ ବାହାରିବ ବୋଲି କହିଛି ମୁମ୍ୱାଇ କ୍ରାଇମବ୍ରାଂଚ ।

related posts

Leave a Comment