Home Breaking News / ତାଜା ଖବର ଶିଳ୍ପା ସେଟ୍ଟିଙ୍କ ମୁମ୍ୱାଇ ବାସଭବନରେ କ୍ରାଇମବ୍ରାଂଚ ଟିମର ତନାଘନା

ଶିଳ୍ପା ସେଟ୍ଟିଙ୍କ ମୁମ୍ୱାଇ ବାସଭବନରେ କ୍ରାଇମବ୍ରାଂଚ ଟିମର ତନାଘନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସମୟ ବଢିବା ସହ ରାଜ କୁନ୍ଦ୍ରାଙ୍କ ପାଇଁ ଅଶ୍ଳିଳ ଫିଲ୍ମ ମାମଲା ଅଡୁଆ ହେବାକୁ ଯାଉଛି । ମାମଲାରେ ଆଜି ରାଜ କୁନ୍ଦ୍ରାଙ୍କୁ ନେଇ ବାସଭବନକୁ ଆସିଥିଲା କ୍ରାଇମବ୍ରାଂଚ ଟିମ୍ । ସୂଚନା ଅନୁସାରେ ଏହି ଟିମ୍ ଶିଳ୍ପା ସେଟ୍ଟିଙ୍କ ପଚରାଉଚରା କରିଛି । ୨୦୧୯ ମସିହାରେ ରାଜକୁନ୍ଦ୍ରାଙ୍କ ପ୍ରଡକ୍ସନ ହାଉସ, ଯାହା ନାଁରେ ଅଶ୍ଳିଳ ଫିଲ୍ମ ତିଆରି ଅଭିଯୋଗ ଆସିଛି, ରାଜ କୁନ୍ଦ୍ରାଙ୍କ ସହିତ ଶିଳ୍ପା ସେଟି ତାହାର ନିର୍ଦ୍ଦେଶକ ଥିଲେ । ଏହି ମାମଲାରେ ଶିଳ୍ପା ବି ତଦନ୍ତ ଘେରକୁ ଆସିବେ ବୋଲି ଅନୁମାନ କରାଯାଉଛି । ରାଜ କୁନ୍ଦ୍ରାଙ୍କ ଅଫିସରେ ଚଢାଉରେ ୭୦ରୁ ଅଧିକ ଅଶ୍ଳିଳ ଭିଡିଓ ମିଳିଛି । ରାଜ କୁନ୍ଦ୍ରାଙ୍କ ହ୍ୱାଟସଆପ୍ ଚାଟରୁ ଜଣାପଡିଥି ରାଜକୁନ୍ଦ୍ରା ୧୨୧ଟି ଭିଡିଓକୁ ୧୨ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ । ଆଗକୁ ଏହାକୁ ନେଇ ତଦନ୍ତ କରୁଛି ମୁମ୍ୱାଇ କ୍ରାଇମବ୍ରାଂଚ । ଏହି ମାମଲାରେ ଅନ୍ତର୍ଜାତୀୟ ଲିଙ୍କ୍ ଥିବା ସନ୍ଦେହ ଦୃଢ ହେଉଥିବାରୁ ରାଜ କୁନ୍ଦ୍ରାଙ୍କ ପାଇଁ ଆଗକୁ ଅଡୁଆ ବଢିବ ବୋଲି କୁହାଯାଉଛି ।

related posts

Leave a Comment