Home Breaking News / ତାଜା ଖବର କାଲି ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ, ସାମିଲ ହେବେ ଭାରତର ମାତ୍ର ୨୦ ଖେଳାଳି

କାଲି ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ, ସାମିଲ ହେବେ ଭାରତର ମାତ୍ର ୨୦ ଖେଳାଳି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆସନ୍ତାକାଲି ଜାପାନର ଟୋକିଓରେ ଅଲିମ୍ପିକ୍ସ ୨୦୨୦ ର ଉଦଘାଟନୀ ଉତ୍ସବ । ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ଯାଏଁ ଖେଳାଯିବ ଟୋକିଓ ଅଲିମ୍ପିକ୍ସ । ତେବେ କରୋନା କାରଣରୁ ଏହି ଉଦଘାଟନୀ ଉତ୍ସବରେ ଖେଳାଳି ଓ ଅଧିକାରୀଙ୍କ ସମାଗମ ଉପରେ ଲାଗିଛି କଟକଣା । ସେଥିପାଇଁ ଅଲିମ୍ପିକ୍ସ ଉଦଘାଟନୀରେ ଆଖି ଝଲସା କାର୍ଯ୍ୟକ୍ରମ ଦେଖିବାକୁ ମିଳିବ ନାହିଁ । ବିଭିନ୍ନ ଦେଶର ସୀମିତ ଖେଳାଳି ଓ ଅଧିକାରୀଙ୍କୁ ଉଦଘାଟନୀ ଉତ୍ସବରେ ସାମିଲ ହେବାକୁ ଅନୁମତି ମିଳିଛି । ଟୋକିଓ ଅଲିମ୍ପିକ୍ସ ଉଦଘାଟନୀ ଉତ୍ସବରେ ଭାରତର ମାତ୍ର ୨୦ ଜଣ ଖେଳାଳି ସାମିଲ ହେବେ ବୋଲି ସ୍ପଷ୍ଟ କରାଯାଇଛି । ସହେିପରି ଭାରତୀୟ ଦଳର ମାତ୍ର ୬ଜଣ ଅଧିକାରୀ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବେ। ଅନ୍ୟମାନେ କ୍ରୀଡ଼ାଗ୍ରାମରେ ରହି ଏହାକୁ ଟେଲିଭିଜନ୍ ମାଧ୍ୟମରେ ଦେଖିପାରିବେ। ଭାରତୀୟ ଦଳର ଉପ ଚିଫ୍ ଡି’ ମିସନ୍ ପ୍ରମ୍ କୁମାର ବର୍ମା ଏହି ସୂଚନା ଦେଇଛନ୍ତି। ସେହିଭଳି ପରଦିନ ପ୍ରତିଯୋଗିତା ଥିବା ଭାରତୀୟ ଖେଳାଳିଙ୍କୁ ମଧ୍ୟ ଉଦ୍‌ଘାଟନୀ ଉତ୍ସବକୁ ଯିବାରୁ ବାରଣ କରାଯିବ । ତେଣୁ ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ବନ୍ଧୁକଚାଳକ, ମୁଷ୍ଟିଯୋଦ୍ଧା, ତୀରନ୍ଦାଜ ଓ ମହିଳା ହକି ଖେଳାଳି ଦେଖିବାକୁ ମିଳିବେ ନାହିଁ। କାରଣ ପରଦିନଠାରୁ ହିଁ ଏମାନେ ନିଜ ନିଜ ଇଭେଣ୍ଟରେ ଅଭିଯାନ ଆରମ୍ଭ କରିବେ। ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ଓ ୬ଥର ବିଶ୍ବ ବିଜୟିନୀ ମୁଷ୍ଟିଯୁଦ୍ଧ ତାରକା ଏମ୍‌ସି ମେରିକମ୍ ଭାରତୀୟ ପତାକା ଧରିବେ।

related posts

Leave a Comment