Home Breaking News / ତାଜା ଖବର ସାମ୍ବାଦିକକୁ ଦୃବ୍ୟବହାର ସହ ମାଡ଼ ମାରିବା ଘଟଣାକୁ ଦୃଢ଼ ନିନ୍ଦା କଲେ ମାଲକାନଗିରି ଜିଲ୍ଲାର ସାମ୍ବାଦିକ ଗଣ

ସାମ୍ବାଦିକକୁ ଦୃବ୍ୟବହାର ସହ ମାଡ଼ ମାରିବା ଘଟଣାକୁ ଦୃଢ଼ ନିନ୍ଦା କଲେ ମାଲକାନଗିରି ଜିଲ୍ଲାର ସାମ୍ବାଦିକ ଗଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଲକାନଗିରି(ସଞ୍ଜୟ ଢାଳି): ଗତକାଲି କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଜଣେ ମହିଳା ପୋଲିସ କନଷ୍ଟେବଳ ଚାପୁଡ଼ା ମାରିବା ସହ ତାଙ୍କୁ ଦୃବ୍ୟବହାର କରିବା ଘଟଣାକୁ କେନ୍ଦ୍ର କରି ଆଜି ମାଲକାନଗିରି ଜିଲ୍ଲାର ସାମ୍ବାଦିକ ମାନେ ଏହାକୁ ଦୁଢ ନିନ୍ଦା କରିଛନ୍ତି l ସୂଚନା ଅନୁସାରେ ସାମ୍ବାଦିକ ଜଣକ ଡିଉଟି ସମୟରେ ମହିଳା କନଷ୍ଟେବଳ ମାସ୍କ ବ୍ୟବହାର କରି ନ ଥିଲେ, ସେ ତାଙ୍କର ଫଟୋ ଉଠେଇଥିଲେ l ଏହା ଜାଣିବା ପରେ ମହିଳା କନଷ୍ଟେବଳ ଜଣଙ୍କ ସମସ୍ତଙ୍କ ଆଗରେ ସାମ୍ବାଦିକଙ୍କ କଲର ଟାଣି ଚାପୁଡ଼ା ମାରିଥିଲେ l ଏହି ଘଟଣାରେ ଆଜି
ମାଲକାନଗିରି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଦୁର୍ଯ୍ୟୋଧନ ପାତ୍ରଙ୍କ ଅଧକ୍ଷତାରେ ସବୁ ସାମ୍ବାଦିକ ଭାଇ ମାନେ ସନ୍ଧ୍ୟାରେ ଏକ ହୋଇ ବୈଠକ କରିଥିଲେ । ବୈଠକରେ ବିଭିନ୍ନ ପ୍ରକାର ମତାମତ ସହ ଆଲୋଚନା କରିବା ପରେ ଶେଷରେ ଏହି ସିଧାନ୍ତରେ ପହଁଚିଲେ କି ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବା ସହ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା,ମାଡ଼ ମାରିଥିବା ମହିଳା ପୋଲିସ କୁ କାର୍ଯ୍ୟରୁ ନିଲମ୍ବନ କରିବା ଓ କାର୍ଯ୍ୟରତ ସାମ୍ବାଦିକକୁ ନ୍ୟାୟ ପାଇଁ ଦାବି କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ଜିଲ୍ଲାର ସାମ୍ବାଦିକ ମାନଙ୍କ ମଧ୍ୟରୁ ଅଶୋକ ମିଶ୍ର, ଶ୍ରୀନିବାସ ପାତ୍ର,ତ୍ରିଲୋଚନ ଦାସ,ଶିବ ପ୍ରସାଦ ଦାଶ, ସୋନୁ ଅନୁଗୁ, ମନୋଜ କୁମାର ମହାନ୍ତି, ସୀମାଞ୍ଚଳ ପାଣିଗ୍ରାହୀ,ସତ୍ତା ନାରାୟଣ ଦାଶ,ବିକ୍ରମ କିଶୋର ସ୍ୱାଇଁ,ସଞ୍ଜୟ ଢ଼ାଲି,ସୁଶାନ୍ତ ସୁନା,ବିତୁ ରାଓ, କିଶୋର ପାଟିକା, ଅଶିମ ବିଶ୍ୱାସ,ବସନ୍ତ କୁମାର ଜେନା,ଅଜିତ କୁମାର ଖୋସାଲା, ମାଣିକ ବାଛାଡ଼,ଅଭିରାମ ସେନାପତି, ଅପୂର୍ଵ ଥଣ୍ଡର,ଚନ୍ଦନ କୁମାର ପଣ୍ଡା ସମେତ ଉପସ୍ଥିତ ଥିଲେ। ଶେଷରେ ଅଶୋକ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ।

related posts

Leave a Comment