Home Breaking News / ତାଜା ଖବର କୁଆଖାଇ ନଦୀ ପଠାରେ ଯୁବକଙ୍କ ମୃତଦେହ ଉଦ୍ଧାର ପରେ ହତ୍ୟାର କାରଣ ଖୋଜୁଛି ପୋଲିସ

କୁଆଖାଇ ନଦୀ ପଠାରେ ଯୁବକଙ୍କ ମୃତଦେହ ଉଦ୍ଧାର ପରେ ହତ୍ୟାର କାରଣ ଖୋଜୁଛି ପୋଲିସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ନଦୀପଠାରେ ଯୁବକଙ୍କୁ ହତ୍ୟାକାରୀ ବାଲିରେ ପୋତିଦେଲେ । ମଞ୍ଚେଶ୍ବର କୁଆଖାଇ ନଦୀ ପଠାରେ ଯୁବକର ମୃତ ଦେହକୁ ବାଲି ଖୋଳି ଉଦ୍ଧାର କରିଛି ପୋଲିସ । ସାଇଣ୍ଟିଫିକ ଟିମ ନମୁନା ସଂଗ୍ରହ କରିବା ସହ ଡ଼ିସିପିଙ୍କ ନେତୃତ୍ୱରେ ଗଠନ ହୋଇଛି ଟିମ । ହତ୍ୟାକାରୀ ଓ ମୃତ ଯୁବକର ପରିଚୟ ପାଇବାକୁ ସବୁ ଥାନାକୁ ଦିଆଯାଇଛି ତଦନ୍ତ । ମୃତଦେହଟି ଉଦ୍ଧାର ପରେ ଏମ୍ସ ହସ୍ପିଟାଲ ପଠାଯାଇଛି । ହେଲେ ଏପର୍ଯ୍ୟନ୍ତ ଯୁବକର ପରିଚୟ ମିଳିପାରିନଥିବାରୁ ପୋଲିସ ଚଳାଇଛି ତଦନ୍ତ । ନଦୀପଠାରେ ଯୁବକକୁ ହତ୍ୟା କରି ବାଲିରେ ପୋତିଦେଲେ ଦୁର୍ବୁତ୍ତ । କିଏ ସେହି ଯୁବକ ? ମୃତ ଦେହ କାହାର, ଏଠିକି କେମିତି ଆସିଲା ,କିଏ ହତ୍ୟା କଲା ?
ଭୁବନେଶ୍ୱର ମଞ୍ଚେଶ୍ବର ଅଞ୍ଚଳରର ବାରିମୁଣ୍ଡ ଗାଁ ନିକଟ ଦେଇଯାଇଥିବା କୁଆଖାଇ ନଦୀ ପଠାରେ ଯୁବକଙ୍କ ମୃତଦେହ ଉଦ୍ଧାର ପରେ ହତ୍ୟାର କାରଣ ଖୋଜୁଛି ପୋଲିସ। ସକାଳୁ ସକାଳୁ କୁଆଖାଇ ନଦୀ ପଠାସ୍ଥଳରେ ଡିସିପି ଥାନା ଅଧିକାରୀ ,ସ୍ପେସିଆଲ ସ୍କୁର୍ଡ ସହ ସାଇଂଟିଫିକ୍ ଟିମ୍ ପହଂଚି ମୃତ ଦେହକୁ ବାଲିରୁ ଉଦ୍ଧାର କରିଛନ୍ତି । ତେବେ ମୃତ ଦେହଟି ଜଣେ ପୁରୁଷର ବୋଲି ଜଣାପଡ଼ିଥିବା ବେଳେ ଶରୀରଟିର ୬୦ ପ୍ରତିଶତ ପଚି ଯାଇଥିବାରୁ ପରିଚୟ ଖୋଜିବା ପୋଲିସ ପାଇଁ କଷ୍ଟକର ହୋଇପଡିଛି । ସାଇଣ୍ଟିଫିକ ଟିମ ମୃତ ଦେହକୁ ବାଲିରୁ ଖୋଳି ବାହାର କରିଥିଲେ । ରକ୍ତ ନମୁନା , ବାଲି , ଶରୀରରେ ହୋଇଯାଇଥିବା ପୋକକୁ ମଧ୍ୟ ସଂଗ୍ରହ କରିଥିଲେ ସାଇଣ୍ଟିଫିକ ଟିମ । ଘଟଣାସ୍ଥଳର 3D ସ୍କାନିଂ ଏବଂ ଫୋଟୋ ସହ ଭିଡ଼ିଓ ଉତ୍ତୋଳନ କରିଥିଲା ପୋଲିସ । ମୃତଦେହକୁ ଉଦ୍ଧାର ପରେ ତାର ମୁହଁକୁ ପାଣିରେ ଧୋଇ ପରିଚୟ ପାଇବାକୁ ପୋଲିସ ଚେଷ୍ଟା ଚଳାଇଥିଲା । ଯୁବକଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ମୁହଁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ଜଣାପଡିଛି । ମୁହଁଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ପୋଲିସ ଏହାକୁ ଏମ୍ସ ହସ୍ପିଟାଲ ଶବଗୃହରେ ରଖିଛି । ସେଠାରେ ମୃତଦେହର ପୋଷ୍ଟ ମର୍ଟମ ହେବ । ତେବେ ସେସବୁକୁ ଦୃଷ୍ଟିରେ ରଖି ତଦନ୍ତ କରାଯାଉଛି ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି । ବୁଧବାର ସନ୍ଧ୍ୟା ୭ ଟା ସମୟରେ ମଂଚେଶ୍ୱର ଥାନା ବରିମୁଣ୍ଡ ଗାଁର ଲୋକଙ୍କ ଠାରୁ ଖବର ପାଇଥିଲା । ବାଲିଯାତ୍ରା ପଡିଆରେ ଗୋଟିଏ ମୃତଦେହ ପୋତା ହୋଇଥିବା ଦେଖିଥିବାପରେ ସ୍ଥାନୀୟ ଲୋକମାନେ ପୋଲିସଙ୍କୁ ଖବର ଦେଇଥିଲେ । ବାଲିରେ ପୋତା ହୋଇଇଥିବା ମୃତଦେହର ହାତ ଗୋଡର ଆଂଶିକ ଅଂଶ ବାହାରକୁ ଦେଖାଯାଉଥିଲା । ରାତିରେ ମଂଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ରାତି ତମାମ ପୋତା ହୋଇଥିବା ମୃତଦେହକୁ ଜଗି ରହିଥିଲେ ପୋଲିସ । ନିଛାଟିଆ ପରିବେଶ ହୋଇଥିବାରୁ ଏଠି ହତ୍ୟା କରି ହତ୍ୟାକାରୀ ମାନେ ଯୁବକକୁ ରାସ୍ତାରୁ ହଟାଇଦେଇଛନ୍ତି ।ହତ୍ୟାକାରୀ ମାନେ ପ୍ରମାଣ ନଷ୍ଟ କରିବାପାଇଁ ବାଲିରେ ପୋତି ସେଠାରୁ ଫେରାର ହୋଇଯାଇଥିଲେ। ନଦୀ କୂଳରୁ ୮୦୦ ମିଟର ମଧ୍ୟରେ ପୋତାଯାଇଥିଲା ଯୁବକର ମୃତ ଦେହ । ତେବେ ଏହି ଘଟଣା ପରେ ଏହି ସ୍ଥାନକୁ ସୁରକ୍ଷିତ ରଖନ୍ତୁ ପୋଲିସ ବୋଲି ଦାବି କରିଛନ୍ତି ।

related posts

Leave a Comment