Home Breaking News / ତାଜା ଖବର ଗୋଛାପଡା ପୋଲିସ ଦ୍ୱାରା ୧୮୦କେଜି ଗଞ୍ଜେଇ ସହ କାର ଜବତ

ଗୋଛାପଡା ପୋଲିସ ଦ୍ୱାରା ୧୮୦କେଜି ଗଞ୍ଜେଇ ସହ କାର ଜବତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲା ଗୋଛାପଡ଼ା ପୋଲିସ ଗୁରୁବାର ପେଟ୍ରୋଲିଙ୍ଗ ବେଳେ ନେଡ଼ି ପଦର ଗ୍ରାମ ନିକଟ ପୃଦେ ନିଛକ ରେ ଚଢ଼ାଉ କରି ଏକ କାର ସମେତ ୧୮୦କେଜି ଗଞ୍ଜେଇ ଜବତ କରିଛି। ଏଥିରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ମଧ୍ଯ ଗିରଫ କରିଛି ଗୋଚ୍ଛାପଡ଼ା ପୋଲିସ।
ଗିରଫ ବ୍ୟକ୍ତିମାନେ ହେଲେନେଡ଼ି ପଦର ଅଞ୍ଚଳର ପ୍ରକାଶ ସାହୁ, ବିନିକିମେଣ୍ଡି ଗ୍ରାମର କଷ୍ଟ ରଣା, ଶିଶୁ ରଣା ବୋଲି ଗୋଛାପଡା ଥାନା ଅଧିକାରୀ ରଣଜିତ କ୍ରମାର ମୁନୀ କହିଛନ୍ତି । ଏମାନେ କାର ଯୋଗେ ଏ ସବୁ ଚୋରା ଗଞ୍ଜେଇ କୁଫୁଲବାଣୀ ଆଡକୁ ଆଣିବା ପାଇଁ ଯୋଜନା କରୁଥିଲେ ବୋଲିଥାନ। ଅଧିକାରୀ ମୁନୀ କହିଛନ୍ତି ।
ରାଜ୍ୟପୋଲିସ ମହାନିର୍ଦ୍ଦେଶକ ଅଭୟ ଫୁଲ ବାଣୀ ଗସ୍ତରେ ଆସି ଗଞ୍ଜେଇ ଚାଷକୁମୁଳୋତ୍ପାଟନ କରିବାକୁ କହିବାପରେ ପୋଲିସ ସକ୍ରିୟ ହୋଇପଡିଥିବା ଦେଖାଯାଉଛି । ଚୋରା ଗଞ୍ଜେଇ ମାଫିଆଙ୍କ ଉପରେ ପୋଲିସ ସତର୍କ ନଜର ରଖିଛି ଓ ଆଗକୁ ଚୋରା ଗଞ୍ଜେଇ ମାଫିଆଙ୍କୁ ସାବାଡ କରିବାପାଇଁ ପୋଲିସ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଜଣାପଡିଛି।

related posts

Leave a Comment