Home Breaking News / ତାଜା ଖବର ପଚାଶ ଲକ୍ଷ ଟଙ୍କାର ପ୍ରୋଜେକ୍ଟ :ଦେବୀ ମିଶ୍ରଙ୍କ ଭୂମିପୂଜା

ପଚାଶ ଲକ୍ଷ ଟଙ୍କାର ପ୍ରୋଜେକ୍ଟ :ଦେବୀ ମିଶ୍ରଙ୍କ ଭୂମିପୂଜା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ବିନୋଦ ନନ୍ଦ): ଆଜି ଋଷିପଡା ପଞ୍ଚାୟତରେ କଲ୍ୟାଣ ମଣ୍ଡପ , ମହିଳା ସଂଘ ଗୃହ ଓ ଅଙ୍ଗନବାଡି କେନ୍ଦ୍ର ପାଇଁ ପ୍ରାୟ ଅଧ କୋଟି ଟଙ୍କାର ପ୍ରୋଜେକ୍ଟ ପାଇଁ ବିଧାୟକ ଦେବୀ ମିଶ୍ରଙ୍କ ଭୂମି ପୂଜନ । ମା ମାନଙ୍କ ସ୍ୱାଗତ, ମା ବଗଳାମୁଖୀଙ୍କୁ ଦର୍ଶନ ଏବଂ ମାତୃ ମଣ୍ଡଳୀ ଓ ଗ୍ରାମ୍ୟ କର୍ମକର୍ତ୍ତାଙ୍କ ସହ ଆଳାପ କରି ବିଭିନ୍ନ ଉନ୍ନୟନ ମୂଳକ କାମ ସମ୍ପର୍କରେ ବିଧାୟକ ଶ୍ରୀ ମିଶ୍ର ଆଲୋଚନା କରିଥିଲେ।
ଏଥିରେ ବ୍ଲକ ଅଧ୍ୟକ୍ଷ ଶ୍ରୀ କିଶୋର ମିଶ୍ର , ଉପାଧ୍ୟକ୍ଷ ସୁନିତା ସ୍ୱାଇଁ, ସ୍ଥାନୀୟ ନେତା ସର୍ବଶ୍ରୀ କୁଳମଣି ମହାନ୍ତି , ପୂର୍ଣ୍ଣ ବରାଡ଼, ମାନସ ରାଉତ ନବ , ହାପି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଲଷ୍ମୀ ପ୍ରିୟ ବଡ଼ଜେନା ଉପସ୍ଥିତ ଥିଲେ ।ଏହି ପ୍ରୋଜେକ୍ଟକୁ ନେଇ ସ୍ଥାନୀୟ ଜନସାଧାରଣ ବିଧାୟକ ମିଶ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି |

related posts

Leave a Comment