Home Breaking News / ତାଜା ଖବର ବନ ମହୋତ୍ସବରେ ଦେବୀ ମିଶ୍ରଙ୍କ ବୃକ୍ଷ ରୋପଣ

ବନ ମହୋତ୍ସବରେ ଦେବୀ ମିଶ୍ରଙ୍କ ବୃକ୍ଷ ରୋପଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ବିନୋଦ ନନ୍ଦ ): ଆଜି ପାଇକବାରବାଟୀ ଗ୍ରାମପଞ୍ଚାୟତର ଜଳକେଳି ବିଦ୍ୟାଳୟ ପରିସରରେ ଡ୍ରିମଷ୍ଟାର ଓ କାଇଜେନ +୨ ବିଦ୍ୟାଳୟ ଓ ଗ୍ରାମବାସୀଙ୍କ ଆନୁକୂଲ୍ୟରେ ନରସିଂହପୁର ପୂର୍ବ ଫରେଷ୍ଟ ରେଞ୍ଜ ସହଯୋଗିତାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକ ଦେବୀ ମିଶ୍ର,ବ୍ଲକ ଅଧ୍ୟକ୍ଷ ଶ୍ରୀ କିଶୋର ମିଶ୍ର, ସ୍ଥାନୀୟ ସରପଞ୍ଚ ଅଭିମନ୍ୟୁ ମହାନ୍ତି, ସୁଶାନ୍ତ ମହାନ୍ତି, ସନାତନ ସ୍ୱାଇଁ, ଅଭିନ୍ନ ବେହେରା ସ୍ଥାନୀୟ ରେଞ୍ଜର ଶ୍ରୀ ବିଭୁରାୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଶ୍ରୀ ମିଶ୍ର,ମାନବ ସମାଜର ସ୍ଥିତି ପାଇଁ ଆମ ନିଜର ବଞ୍ଚିରହିବା ପାଇଁ ବୃକ୍ଷର ଅମୂଲ୍ୟ ଅବଦାନ ଓ ଆମର ଜଗନ୍ନାଥ ସଂସ୍କୃତି ଚଳଣି ଜୀବନଧାରାରେ ବୃକ୍ଷର ସହନୀୟତା ଉପାଦେୟତାର କଥା ଉଲ୍ଲେଖ କରି ଯୁବ ସମାଜ, ମାଆମାନଙ୍କୁ ଗ୍ରାମବାସୀଙ୍କୁ ତାଙ୍କର ଯୋଗଦାନ ପାଇଁ ଧନ୍ୟବାଦ ଦେଇଥିଲେ । ଡ୍ରିମଷ୍ଟାରର ଶ୍ରୀ ଚିତ୍ତରଞ୍ଜନ ଭୂୟାଁ ପ୍ରମୁଖ ଏହାର ସଂଯୋଜନା କରିଥିଲେ।

ଏହାସହ ବିଧାୟକ ମିଶ୍ର,ଜଳକେଳିରେ ଦୁର୍ଘଟଣାରେ ଆହତ ଶିକ୍ଷକ ଶ୍ରୀ ବିନୟ ଭୂୟାଁଙ୍କୁ ଭେଟି ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ |

related posts

Leave a Comment