Home Breaking News / ତାଜା ଖବର ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ ଓ ଜଣେ ଗୁରୁତର

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ ଓ ଜଣେ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜୁନାଗଡ଼(ରବି ଶଙ୍କର ସୁନାନୀ): ଜୁନାଗଡ଼ ସହର ନିକଟସ୍ଥ ମେରିଆବନ୍ଦଲି ଛକ ଠାରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକ ର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ତାଙ୍କ ଭାଇ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି l ସୂଚନା ଅନୁସାରେ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ତଲ ଜାରିଙ୍ଗ ର ତପନ ପଟେଲ ଏବଂ ତାଙ୍କ ଭାଇ ଚନ୍ଦ୍ର ପଟେଲ ମଙ୍ଗଳବାର ସନ୍ଧ୍ୟାରେ ନିଜ ଗାଁ ରୁ ବାଇକ ଯୋଗେ ଜୁନାଗଡ଼ ଅଭିମୁଖେ ଯାଉଥିବା ବେଳେ ମେରିଅବନ୍ଦଲି ଛକ ଠାରେ ଏକ ଟ୍ରାକ୍ଟର ସହ ଧକ୍କା ହୋଇଥିଲା l ଫଳରେ ଘଟଣା ସ୍ଥଳରେ ତପନ ପଟେଲ ଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଅନ୍ୟ ଜଣେ ଚନ୍ଦ୍ର ପଟେଲ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି l ଅନ୍ୟ ପକ୍ଷରେ ମୃତ ବ୍ୟକ୍ତିଙ୍କ ସବକୁ ବୁଧବାର ଦିନ ତଲ ଜାରିଙ୍ଗ ଛକ ଏନ ଏଚ ୨୬ ଉପରେ ରଖି ପରିବାର ଓ ସମ୍ପର୍କୀୟ ମାନେ ରାସ୍ତା ଅବରୋଧ କରିଥିଲେ lପରେ ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ ସାହୁ ଏବଂ ଅତିରିକ୍ତ ତହସିଲଦାର ଘଟଣା ସ୍ଥଳକୁ ଯାଇ ମୃତକଙ୍କ ପରିବାରକୁ ବୁଝା ସୁଝା କରିବା ପରେ ସେମାନେ ରାସ୍ତା ଅବରୋଧ ରୁ ପ୍ରତ୍ୟାହାର କରି ଥିଲେ l ରେଡ୍କ୍ରସ ସଂସ୍ଥା ପକ୍ଷରୁ ମୃତକ ଙ୍କ ପରିବାର କୁ୧୦,୦୦୦ଟଙ୍କା ଦିଆଯାଇ ଥିବା ଜୁନାଗଡ଼ ପୋଲିସ ସୂତ୍ରରୁ ପ୍ରକାଶ

related posts

Leave a Comment