Home Breaking News / ତାଜା ଖବର ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ୍, ଘଟଣା ସ୍ଥଳରେ ହିଁ ବାଇକ୍ ଚାଳକଙ୍କ ମୃତ୍ୟୁ

ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ୍, ଘଟଣା ସ୍ଥଳରେ ହିଁ ବାଇକ୍ ଚାଳକଙ୍କ ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର(ଟୁକୁନ୍ ବିଶ୍ୱାଳ): ବାଇକ୍ କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ଘଟଣା ସ୍ଥଳରେ ବାଇକ୍ ଚାଳକ ଙ୍କ ମୃତ୍ୟୁ ।ଏହି ଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ହାତୀଲୋଚାଣୀ ନିକଟସ୍ଥ କୋନାଲ କ୍ୟାମ୍ପ ଫାଟକ ସମ୍ମୁଖରେ।ସୂଚନା ମୁତାବକ ମୃତକ ଜଣକ ହେଉଛନ୍ତି ପରଜଙ୍ଗ ଥାନା ବାରିହାପୁର ଗ୍ରାମ ର ଆର୍ତ୍ତବନ୍ଧୁ ବିଶ୍ଵାଳ। ବାଇକ୍ ଚାଳକ ଜଣଙ୍କ ଡିହଡୋଳ ପଟୁ ତାଲଚରେ ଅଭିମୁଖେ ଯାଉଥିବା ବେଳେ କୋନାଲ ଗେଟ୍ ସମ୍ମୁଖରେ ପଛପଟୁ ଆସୁଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା।ଫଳରେ ଘଟଣା ସ୍ଥଳରେ ବାଇକ୍ ଚାଳକ ଙ୍କ ମୃତ୍ୟୁ ହୋଇଥିଲା। ତେବେ ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଂଚି ମୃତ ଦେହ କୁ ଉଦ୍ଧାର କରିବା ସହ ଅଧିକ୍ ତଦନ୍ତ ଚଳାଇଛି ।

related posts

Leave a Comment