Home Breaking News / ତାଜା ଖବର ଟ୍ରାକ୍ଟର ଓଲଟି ୨୫ ଗୁରୁତର, ୨ ସଂକଟାପନ୍ନ

ଟ୍ରାକ୍ଟର ଓଲଟି ୨୫ ଗୁରୁତର, ୨ ସଂକଟାପନ୍ନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାଶୀନଗର(ପ୍ରଶାନ୍ତ ସାହୁ): କାଶୀନଗର ବ୍ଲକର ନାବଡା ଗେଟ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି ।ୟେପାମାନିଗୁଡାର ଦାସନ ଶବର ନାମକ ଜଣେ ବ୍ୟକ୍ତିଙ୍କ ଟ୍ରାକ୍ଟର ନଂ-ଓଡି ୧୮-ଜେ ୦୧୩୨ ଡାଲାରେ ବସି ଆଦିବାସୀ ବର୍ଗର ୨୫ ଜଣ ପୁରୁଷ,ମହିଳା ଓ ଶିଶୁ ବିପିଏଲ ଚାଉଳ ଆଣିବା ପାଇଁ ଅଲଡା ଯାଉଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା । ଫଳରେ ସମସ୍ତ ୨୫ ଜଣ ଯାତ୍ରୀ ଗୁରୁତର ଆହାତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଗୁଣୁପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଦୁର୍ଘଟଣା ବିଷୟ ଜାଣି କାଶୀନଗର ଥାନା ଏସଆଇ(SI ) ରତ୍ନନିଧି ପାତ୍ର ଓ ଏସଆଇ (SI ) ଉତ୍କଳ କେଶରୀ ପ୍ରଧାନ ଘଟଣା ସ୍ଥଳରେ ସଙ୍ଗେ ସଙ୍ଗେ ପହଞ୍ଚିଥିଲେ | ।ଘଟଣା ସ୍ଥଳରେ ଆରଟିଓ ଅଫିସର ଏମ.ଭି.ଆଇ ରାଜେଶ କୁମାର ସେଠି ପହଞ୍ଚି ତଦାରଖ କରିଥିଲେ | ଏମ.ଭି.ଆଇ ଶ୍ରୀ ସେଠି କହିଥିଲେ ଯେ ,ଡ୍ରାଇଭେର ର ଅବହଲା ଯୋଗୁ ଏହି ଦୃଘଟଣା ହୋଇଥାଇ ପରେ ବୋଲି କହିଛନ୍ତି ।କିନ୍ତୁ ଡ୍ରାଇଭେର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି |ଅତି ଗୁରୁତର ୨ ଜଣଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଇଛି ବୋଲି କାଶୀନଗର ପୋଲିସ ଟିମର ନେତୃତ୍ବରେ ଘଟନା ସ୍ଥଳରେ ପହଞ୍ଚିଥିବା ଏସ ଆଇ ରତ୍ନ ନିଧି ପାତ୍ର ଓ ଉତ୍କଳ କେଶରୀ ପ୍ରଧାନ ଜଣାଇଛନ୍ତି ଗୁରୁତର ଆହାତ ୨ ଜଣ ହେଲେ ରାବିସ ଶବର (୩୦) ଓ ଲକ୍ଷ୍ମୀ ଶବର (୪୫)।ଟ୍ରାକ୍ଟର ଡାଲାରେ ବସି ଯାତ୍ରା କରିବା ଉପରେ ନିଷେଧାଦେଶ ଜାରି କରିବା ଉଚିତ ବୋଲି ମତ ପ୍ରକାଶ ପାଇଛି ।

related posts

Leave a Comment