Home Breaking News / ତାଜା ଖବର ଦ୍ୱିତୀୟ ଦିନିକିଆ–ଶ୍ରୀଲଙ୍କା ବିପକ୍ଷରେ ଭାରତର ଦମଦାର ବିଜୟ

ଦ୍ୱିତୀୟ ଦିନିକିଆ–ଶ୍ରୀଲଙ୍କା ବିପକ୍ଷରେ ଭାରତର ଦମଦାର ବିଜୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଶ୍ରୀଲଙ୍କା ବିପକ୍ଷରେ ଦ୍ୱିତୀୟ ଦିନିକିଆରେ ଭାରତର ରୋମାଂଚକର ବିଜୟ । ୨୭୬ ରନକୁ ପିଛା କରି ଶ୍ରୀଲଙ୍କାକୁ ୩ ୱିକେଟରେ ପରାସ୍ତ କରିଛି ଭାରତ । ୧୭ ଓଭରରେ ଭାରତୀୟ ଦଳ ମାତ୍ର ୧୧୫ ରନରେ ୫ଟି ୱିକେଟର ପତନ ହୋଇଥିଲା । ଏହା ପରେ ଭାରତୀୟ ଦଳ ସଂକଟରେ ପଡିଥିଲା । ଏପରି ସମୟରେ କ୍ରୁନାଲ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ପାର୍ଟନରସିପ୍ ଦଳକୁ ମଜବୁତ୍ ସ୍ଥିତି ଦେଇଥିଲା । ସୂର୍ଯ୍ୟକୁମାରଙ୍କ ୱିକେଟର ପତନ ପରେ ସମସ୍ତ ଆଶା ଚାଲିଯାଇଥିଲା । ତେବେ ଏହା ପରେ ଅସଲ ଖେଳ ଦେଖାଇଥିଲେ ଦୀପକ ଚହର । ଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ ଦୀପକ ଚହର । ଦୀପକ ଏବଂ ଭୁବନେଶ୍ୱର କୁମାରଙ୍କ ପାର୍ଟନରସିପ୍ ଦଳକୁ ବିଜୟ ଦେଇଥିଲା । ଦୀପକ ଚହର ୮୨ଟି ବଲରୁ ଅପରାଜିତ ୬୯ ରନ୍ କରି ଦଳ ବିଜୟରେ ବଡ ଭୂମିକା ନେଇଥିଲେ । ଭୁବି ୧୮ ରନ୍ ର ଇନିଂସ ଖେଳିଥିଲେ ।

ଏହି ବିଜୟ ସହିତ ଭାରତୀୟ ଦଳ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୨-୦ରେ ଆଗୁଆ ହୋଇଛି । ମ୍ୟାଚରେ ଭାରତର ମଧ୍ୟକ୍ରମର ବିପର୍ଯ୍ୟୟ ପରେ ଦଳ ସଂକଟରେ ପଡିଥିଲା । ପୃଥ୍ୱୀ ସ, ଶିଖର ଧବନ ଏବଂ ଇଶାନ୍ତ କିଶନ ବିଫଳ ରହିଥିଲେ । ତେବେ ମଧ୍ୟକ୍ରମରେ ସୂର୍ଯ୍ୟକୁମାର ୫୩ ଏବଂ ମନୀଷ ପାଣ୍ଡେ ୩୭ ରନର ଉପ ଯୋଗୀ ଇନିଂସ ଖେଳିଥିଲେ । ଭୁବି ଓ ଦୀପକ ଚହର ୮୪ ରନ ପାର୍ଟନରସିପ୍ କରି ଶ୍ରୀଲଙ୍କା ହାତରୁ ଶେଷ ସମୟରେ ମ୍ୟାଚ୍ ଛଡେଇ ଆଣିଥିଲେ । ଦମଦାର ପ୍ରଦର୍ଶନ ପାଇଁ ଦୀପକ ଚହରଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଛି ।

related posts

Leave a Comment