Home Breaking News / ତାଜା ଖବର ରାସ୍ତା ନଥିବା ଦୁର୍ଗମ ଗ୍ରାମଗୁଡିକୁ ଶୀଘ୍ର ସଡକ ପ୍ରଦାନ କରାଯାଉ: ଭାଜପା ମହିଳା ମୋର୍ଚ୍ଚା

ରାସ୍ତା ନଥିବା ଦୁର୍ଗମ ଗ୍ରାମଗୁଡିକୁ ଶୀଘ୍ର ସଡକ ପ୍ରଦାନ କରାଯାଉ: ଭାଜପା ମହିଳା ମୋର୍ଚ୍ଚା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ର ଏଗାରଟି ବ୍ଲକ ର ଅନେକ ବ୍ଲକର କେତେକ ଗ୍ରାମକୁ ଆଜି ସୁଦ୍ଧା ସଡକ ଟିଏ ନଥିବାରୁ ଜନନୀ ଯନ୍ତ୍ରଣା ଭଳି ଅଭାବନୀୟ ଦୁଃଖଦ ଘଟଣା ମାନ ସବୁଦିନ ଖବର କାଗଜ ର ପୃଷ୍ଠା ମଣ୍ଡନ କରୁଅଛି।ଏହା ଜିଲ୍ଲା ତଥା ସାରା ଓଡିଶା ପାଇଁ ଏକ ଲଜ୍ୟାକର ବିଷୟ ଅଟେ ପାଞ୍ଚ ପାଳି ଶାସନ କରି ସୁଦ୍ଧା ଲୋକଙ୍କ ସମସ୍ୟାର ନିକଟତର ହେଇ ପାରୁନଥିବା ସରକାର ମହିଳାଙ୍କ ପ୍ରତି ଅବହେଳା କରୁଅଛି ତେଣୁ ଏହାକୁ ଆଉ ସହ୍ୟ କରି ପାରିବ ନାହିଁ ବୋଲି ମହିଳା ମୋର୍ଚ୍ଚା ସଭାନେତ୍ରୀ ରଞ୍ଜନା ଉପାଧ୍ୟାୟ କହିଛନ୍ତି ।ସୂଚାଇ ଦେବାକୁ ଚାହୁଁଚୁ କି ଗତ ଦୁଇ ଦିନ ତଳେ କାଶୀପୁର ଚନ୍ଦ୍ରପୁର, ଭଳି ଜାଗାରେ ଜନନୀ ଯନ୍ତ୍ରଣା ରେ ଗର୍ଭାବତୀଙ୍କୁ ଖଟରେ ବୋହି ଆଣି ଡାକ୍ତର ଖାନାକୁ ନେବାକୁ ପଡିଲା ଭଳି ଅଭାବନୀୟ ଘଟଣା କଣ ସରକାରଙ୍କ କାନରେ ପଡୁନାହିଁକି ଏହାର ଜବାବ ମାଗି ଆଉ କେତେ ପାଳି ଶାସନ କଲେ ଏହି ଦୁର୍ଗମ ଚିତ୍ରର ଦୃଶ୍ୟ ବଦଳିବ ବୋଲି ପ୍ରଶ୍ନ କରିଛନ୍ତି। ରାସ୍ତା ନ ଥିବା ଯୋଗୁ ଗର୍ଭବତୀ ମହିଳା ତଥା ରୋଗୀମାନଙ୍କର ବିପଦସ୍ତ ସ୍ୱାସ୍ଥସେବା । ଆପଣଙ୍କୁ ଲେଖି ଜଣାଇବା କାରଣ ଏହାକି ରାୟଗଡ ଜିଲା ତାଡ଼ମା ପଂଚାଏତ ହୁଲକୀ ଗ୍ରାମ ରେ ରାସ୍ତା ନ ଥିବା ଯୋଗୁ ଗର୍ଭବତୀ ମହିଳା ତଥା ଅନ୍ୟାନ୍ୟ ରୋଗୀମାନଙ୍କର ପାଇଁ ଆମ୍ବୁଲାନ୍ସ ସେବା ଉପଲବ୍ଧ ନାହିଁ ।ଗର୍ଭବତୀ ମହିଳା ଗର୍ଭଯନ୍ତ୍ରଣା ରେ ଦୁଇ କିଲୋମିଟର ପର୍ଯ୍ୟନ୍ତ ଚାଲି କି ଯିବା କୁ ପଡିଲା।ସେହିଭଳି କାଶୀପୁର ବ୍ଲକ ଡଙ୍ଗାସିଲ ପଂଚାୟତ ରେ ମଧ୍ୟ ପକ୍କା ରାସ୍ତା ନ ଥିବା ଯୋଗୁ ଗର୍ଭବତୀ ମହିଳାଙ୍କୁ ଖଟ ରେ ବୋହି କି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାହେଲା। ଜିଲା ରେଏହି ପ୍ରକାର ର ଘଟଣା ପ୍ରତିଦିନ ଖବରକାଗଜ ମାଧ୍ୟମରେ ଜାଣିବା କୁ ମିଳୁଛି। ତେଣୁ ରାୟଗଡ ବଜେପି ମହିଳା ମୋର୍ଚା ଦାବିଜଣାଉଚି ଯେ ଏହିସବୁ ଗ୍ରାମରେ ତୁରନ୍ତ ସଡ଼କ ବ୍ୟବସ୍ଥା ଠିକ କରା ଯାଉ।ଏହା ନ ହେଲେ ଆଗାମିଦିନରେ ମା-ଭଉଣୀ ତଥା ରୋଗୀ ମାନଙ୍କର ହୋଇଥିବା ଅସୁବିଧା ଏବଂ ସ୍ୱାସ୍ଥ୍ୟସେବା ଠିକ ରେ ନ ମିଳିଥିବା କାରଣଙ୍କୁ ତୁରନ୍ତ ଦୂର ନ କରାଯାଏ ତାହେଲେ ଭରତୀୟ ଜନତା ପାର୍ଟି ମହିଳା ମୋର୍ଚା ତରଫରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

related posts

Leave a Comment