Home Breaking News / ତାଜା ଖବର ରାସ୍ତା ନାହିଁ ଗାଁକୁ: ଗମନାଗମନର ଏକମାତ୍ର ଭରସା କାଠଗଣ୍ଡି

ରାସ୍ତା ନାହିଁ ଗାଁକୁ: ଗମନାଗମନର ଏକମାତ୍ର ଭରସା କାଠଗଣ୍ଡି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ସ୍ଵାଧୀନତାର ୭୪ ପୁରିଲାଣି ହେଲେ ଏଯାଏଁ ଗାଁକୁ ରାସ୍ତା ନାହିଁକି ପୋଲ ଟିଏ ବି ନାହି । ଫଳରେ କାଠଗଣ୍ଡି ହିଁ ଯାତାୟତର ଏକମାତ୍ର ଭରସା ପାଲଟିଛି । ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପର ସାହିରେ। ନାଳ ପାରିହେବା ପାଇଁ କାଠଗଣ୍ଡିର ସାହାରା ନେବାକୁ ପଡୁଛି । ଏହା ଏକ ଦୁର୍ଗମ ତଥା ମାଓ ଅଞ୍ଚଳ ଭାବେ ପରିଚିତ । ପାଙ୍ଗା ଉପର ସାହି ଏକ ପଞ୍ଚାୟତ।ପଞ୍ଚାୟତ ଅଧିନ ଅନେକ ଗ୍ରାମକୁ ରାସ୍ତା ନାହିଁ। କେବଳ ରାସ୍ତା ସମସ୍ୟା ଏକା ନୁହେଁ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ,ବିଦ୍ୟୁତ ସମସ୍ୟା ବି ରହିଛି।ପଞ୍ଚାୟତ ଅନ୍ତର୍ଗତ ଡ଼େଡି ସରୁ ଓ ମାର୍କାଲି ଗ୍ରାମ କଥା ନ କହିବା ଭଲ । ବର୍ଷା ଆସିଲେ ବି ଛିନ୍ନ ହୋଇଯାଏ ଗ୍ରାମ ଦୁଇଟି । ପଞ୍ଚାୟତରୁ ଭତ୍ତା ଚାଉଳ ଆଣିବା ମୁସ୍କିଲ ହୋଇ ପଡୁଛି। ଜିଲ୍ଲା ପ୍ରଶାସନ ଓ ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ଏଥିପ୍ରତିଦୃଷ୍ଟିଦେବା ଲାଗି ଗ୍ରାମବାସୀ ଦାବୀ କରିଛନ୍ତି ।

related posts

Leave a Comment