Home Breaking News / ତାଜା ଖବର ଅବକାରୀ ବିଭାଗ ବିଶାଲପାଲି ସିଙ୍ଗ ଢ଼ାବରେ ଚଡ଼ାଉ: ଜଣେ କୋଟ ଚାଳଣ, ପ୍ରାୟ ୨୯ ଲିଟର ବିଦେଶି ମଦ ଜବତ

ଅବକାରୀ ବିଭାଗ ବିଶାଲପାଲି ସିଙ୍ଗ ଢ଼ାବରେ ଚଡ଼ାଉ: ଜଣେ କୋଟ ଚାଳଣ, ପ୍ରାୟ ୨୯ ଲିଟର ବିଦେଶି ମଦ ଜବତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର(ଅକ୍ଷୟ କୁମାର ପୂଜାହାରୀ): ସୁବର୍ଣ୍ଣପୁର ଅବକାରୀ ଏସ୍ପି ସାମୁଏଲ ଏକା ଙ୍କ ନିଦ୍ଦେଶରେ ସୋନପୁର ଅବକାରୀ ମୋବାଇଲ ଟିମ ବିନିକା ଅବକାରୀ ମିଲିତ ଭାବରେ ଦିନ ୪ ଘଣ୍ଟା ସମୟରେ ବିନିକା ରାମପୁର ମୁଖ୍ୟ ରାସ୍ତାରେ ରେ ଥିବା ବିଶାଳାଲି ସିଙ୍ଗ ଢ଼ାବା ଉପରେ ଚଡ଼ାଉ କରି ଢ଼ାବାରେ ବେଆଇ ଭାବରେ ଲିକ ୬.୮୪୦ ଲିଟର, ଓ ବିଅର ୨୨.୫୦୦ ଲିଟର ଜବତ କରିବାସହ ଢ଼ାବା ମାଲିକ ଅମରେନ୍ଦ୍ର କୁମାର (୪୯) ଗିରଫ କରି ଥିଲେ ା ସୋନପୁର ଅବକାରୀ ମୋବାଇ ବିଭାଗ କେଶ ନମ୍ବାର ୨୭/୨୦୭ ରେ ଏକ ମାମଲା ରୁଜୁ କରି ଅମରେନ୍ଦ୍ର କୁ ବିନିକା କୋଟକୁ ପଠାଇେଥିଲେ ସେଠାରେ ବେଲ ନାମଞ୍ଜୁର ହେବାରୁ ଜେଲକୁ ପଠାଇ ଦିଆଯାଇଥିବା ଗଜଣାପଡ଼ିଛି ା ଏଥିରେ ସୋନପୁର ଅବକାରୀ ମୋବାଇଲ ବିଭାଗ ଇନଷ୍ପେକ୍ଟର ରାଧାକାନ୍ତ ଭୋଇ , ଏଏସଆଇ କିର୍ତ୍ତନ ନାଏକ, ଏଏସଆଇ କେଶବ ଧରୁଆ , ଭେଣ୍ଟଟ ରମଣ ବେହେରା, ପିଣ୍ଟୁ ସାହୁ ,ମମତା ବାଗ ପ୍ରମୁଖ ସାମିଲ ଥିଲେ ା ଦିର୍ଘଦିନ ହେବ ବିନିକା ଅଞ୍ଚଳରେ ଢ଼ାବା ମାନଙ୍କରେ ବ୍ୟାପକ ମଦ କାରବାର ହେଉଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ ବିନିକା ଅବକାରୀ ବିଭାଗ କି ବିନିକା ପୁଲିସ ବିଭାଗ ନିଦାବିଷ୍ଣୁ ପାଲଟି ଥିବାରୁ ଅଞ୍ଚଳରେ ଚର୍ଚ୍ଚା ବିଷୟ ହେଉଥିଲା ା ବିଲମ୍ବ ହେଲେ ମଧ୍ୟ ଅବକାରୀ ଏସ୍ପି ନିଦ୍ଦେଷ କ୍ରମେ ଚଡ଼ାଉ ହୋଇଥିବାରୁ ଅଞ୍ଚଳରେ ଜନସାଦାରଣ ଆନନ୍ଦ ଅନୁଭବ କରୁଛନ୍ତି ା ବିନିକା ଅଞ୍ଚଳରେ ସଂସାମୁରା , ମହାଦେବପାଲି , ବିନିକା, ତଥା ବିଭିନ୍ନ ଢ଼ାବା ମାନଙ୍କରେ ବେଆଇନ ମଦ କାରବାର ଚାଲିଥିବା ଜନସାଦାରଣରେ ଅଭିଯୋଗ ହେଉଛି ା

related posts

Leave a Comment