Home Breaking News / ତାଜା ଖବର ଟିକା ବାଲି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ ?

ଟିକା ବାଲି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ବିଭିନ୍ନ ସମୟରେ କର୍ତ୍ତବ୍ଯ ରତ ସାମ୍ବାଦିକମାନଙ୍କ ଉପରେ କେତେ ବେଳେ ପୋଲିସ ତ କେତେବେଳେ ସରକାରୀ କର୍ମଚାରୀ ତ ଆଉ କେତେବେଳେ ଅସାମାଜିକ ଗୁଣ୍ଡା ଆକ୍ରମଣ କରୁଛନ୍ତି। ଏନେଇ ବାରମ୍ଵାର ଅଭିଯୋଗ ହେଲେ ମଧ୍ୟ ନା ଜିଲ୍ଲା ପ୍ରଶାସନ ନା ପୋଲିସ ପ୍ରଶାସନ କେହି ମଧ୍ୟ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାଯୋଗୁଁ ସାମ୍ବାଦିକ ମାନଙ୍କ ବୃତ୍ତିଗତ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି।
ସରକାର କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ସୁରକ୍ଷା ଯୋଗାଇଦିଆଯିବ ବୋଲି କହୁଥିବାବେଳେ ପ୍ରଶାସନ କିନ୍ତୁ ତଦନ୍ତ ନାମରେ ଘଣ୍ଟ ଘୋଡାଉ ଥିବା ଦେଖାଯାଉଛି । କାର୍ଯ୍ୟ। ନୁଷ୍ଠାନ ଗ୍ରହଣ କରୁ ନି ପ୍ରଶାସନ ,ଫଳରେ ବିଭିନ୍ନ ଗଣମାଧ୍ୟମ ସଂଗଠନ ଉ ଦ ବେଗ ପ୍ରକାଶ କରିଛନ୍ତି । ଟିକା ବାଲି ଅଞ୍ଚଳର ହେମନ୍ତ ମୁଖି ନାମକଜଣେ ସାମ୍ବାଦିକଙ୍କୁ ଜଣେ ଆରଆଇଦୁର୍ବ ବ୍ୟହାର ପ୍ରଦର୍ଶନ କରିବା ଓ ମୋବାଇଲ ଛଡାଇବା ଘଟଣାରେ ଆରଆଇଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବୀ କରି କନ୍ଧମାଳ ମିଡ଼ିଆ ଫରୋମ ପକ୍ଷରୁ ସଭାପତି ସୁନୀଲ ବିଶ୍ଵାଳ,ସଂପାଦକ ସୂର୍ଯ୍ୟନାରାୟଣ ବେହେରା, ସଦାଶିବ ପାତ୍ର, ପ୍ରଶାନ୍ତ ଜେନା, ସହ ସଂପାଦକ ରମେଶ ପ୍ରଧାନ, ଉପସଭାପତିଆଦିତ୍ୟ ତ୍ରିପାଠି, ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ଜରିଆରେମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ମଧ୍ୟ ଏଯାଏ କାର୍ଯାନୁଷ୍ଠାନଶୁନ । ପ୍ରଶାସନ ଜାଣି ଶୁଣିଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହେଉଛି । ସେହିପରି ସାମ୍ୱାଦିକ ଅଶୋକ ମିଶ୍ରଙ୍କୁ ମଧ୍ଯ ଟାଉନଥାନାର ଜଣେ ପୋଲିସ ଏସ୍ ଆଇ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ମାମଲାରେ କେବଳ ତାଙ୍କୁ ଅନ୍ୟତ୍ରବଦଳୀ ହୋଇଛି। । ସେହିପରି ସାମ୍ବାଦିକ ମିଶ୍ରଙ୍କୁ ଖବର ସଂଗ୍ରହ କରୁଥିବାବେଳେ କିଛି ଅସାମାଜିକ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିଲେ, ଏହି ମାମଲା ରେ ଥାନ।ରେଏତଲା ଦିଆଯାଇଥିଲେ ମଧ୍ୟ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଜଣାପଡୁନି ।
ପ୍ରଶାସନ ତୁରନ୍ତ କାର୍ଯ୍ୟା ନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ବିଭିନ୍ନ ଗଣମାଧ୍ୟମସଂଗଠନ ପକ୍ଷରୁ ବାଧ୍ଯ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ବରୀଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ଚେତାବନୀ ଦେଇଛନ୍ତି । ଏଣୁ ଜିଲ୍ଲାପ୍ରଶାସନ ବେଳ ଥାଉ ଥାଉ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ।

related posts

Leave a Comment