Home Breaking News / ତାଜା ଖବର ମହାଶୂନ୍ୟକୁ ୧୦ ମିନିଟର ଯାତ୍ରା କରି ଫେରିଲେ ଆମାଜନ ମୁଖ୍ୟ ଜେଫ୍ ବେଜୋସ

ମହାଶୂନ୍ୟକୁ ୧୦ ମିନିଟର ଯାତ୍ରା କରି ଫେରିଲେ ଆମାଜନ ମୁଖ୍ୟ ଜେଫ୍ ବେଜୋସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଶ୍ୱର ଏକ ନଂବର ଧନୀ ବ୍ୟକ୍ତି, ଅନଲାଇନ ବ୍ୟବସାୟ କରୁଥିବା ଆମାଜନର ମୁଖ୍ୟ ଜେଫ୍ ବେଜୋସଙ୍କ ଏକ ବଡ ସ୍ୱପ୍ନ ପୂରଣ ହୋଇଛି । ଆମାଜନର ପ୍ରତିଷ୍ଠାତା ଆଜି ମହାକାଶ ପର୍ଯ୍ୟଟନରେ ଯାଇ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ରିଚାର୍ଡ ବ୍ରାନସନଙ୍କ ପରେ ଏପରି କରିବାରେ ଏବେ ଜେଫ୍ ବେଜୋସ ହୋଇଛନ୍ତି ଦ୍ୱିତୀୟ ବ୍ୟକ୍ତି ।
ଭାରତୀୟ ସମୟ ସଂଧ୍ୟା ୬ଟା ୪୦ ମିନିଟରେ ବ୍ଲୁ ଅରିଜିନ୍ ରକେଟ ମାଧ୍ୟମରେ ମହାକାଶକୁ ଗସ୍ତ କରିଥିଲେ । ଏହି ମହାକାଶ ଗସ୍ତରେ ଜେଫ୍ ବେଜୋସଙ୍କ ସହିତ ଥିଲେ ଜେଫ୍ ବେଜୋସଙ୍କ ସାନ ଭାଇ ମାର୍କ ବେଜୋସ, ୮୨ ବର୍ଷୀୟ ପୂର୍ବତନ ପାଇଲଟ ଓବାଲି ଫଙ୍କ୍ ଏବଂ ୧୮ ବର୍ଷୀୟ କିଶୋର ଅଲିଭର ଡାଇମନ ଯାଇଥିଲେ । ଭୂପୃଷ୍ଠରୁ ୧୦୦ କିମି ଉଚତା ଅର୍ଥାତ୍ କାରମାନ୍ ସୀମା ଛୁଇଁ ସେଠାରେ ପ୍ରାୟ ୧୦ ମିନିଟ୍ ରୁ ସାମାନ୍ୟ ଅଧିକ ସମୟ କଟାଇ ଫେରିଥିଲେ । ସେହି ଉଚ୍ଚତାରୁ ଜେଫ୍ ବେଜୋସ୍ ପୃଥିବୀର ସୁନ୍ଦରତାକୁ ଉପଭୋଗ କରିଥିଲେ । ଏହା ପରେ ତାଙ୍କର ସିପ୍ ପ୍ରତ୍ୟାବର୍ତନ କରିଥିଲା । ପାରାଚୁଟ୍ ଜରିଆରେ ଜେଫ୍ ବେଜୋସଙ୍କ ମହାକାଶ ଯାନ ଭୂପୃଷ୍ଠକୁ ସୁରକ୍ଷିତ ଅବତରଣ କରିଥିଲ।। ଗତ ଜୁଲାଇ ୧୧ ତାରିଖରେ ରିଚାର୍ଡ ବ୍ରାନସନ ତାଙ୍କର ୬ ଜଣ ସାଥୀଙ୍କୁ ନେଇ ମହାକାଶ ପର୍ଯ୍ୟଟନରେ ଯାଇଥିଲେ । ଏହି ଗସ୍ତରେ ସାମିଲ ଥିଲେ ଜଣେ ଭାରତୀୟ ବଂଶୋଦ୍ଭବ ଶିରିସା ବାନ୍ଦଲା ।

related posts

Leave a Comment