Home Breaking News / ତାଜା ଖବର ମାଫିଆଙ୍କ କବଳରୁ ଶହ ଶହ ଏକର ଜମି ମୁକ୍ତ କଲେ ତହସିଲଦାର

ମାଫିଆଙ୍କ କବଳରୁ ଶହ ଶହ ଏକର ଜମି ମୁକ୍ତ କଲେ ତହସିଲଦାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ପ୍ରଶାସନିକ ଦୁର୍ବଳତା, ହୁଗୁଳା ଶାସନ, ଖାମଖିଆଲି କାରବାର ଯୋଗୁଁ କିଛି ଜମି ମାଫିଆ,କୁଜିନେତା, ବ୍ୟବସାୟୀମାନେ ବାଲିଗୁଡ଼ା ସହରର ବିଭିନ୍ନ ସ୍ଥାନରେ ଏକ ର ଏକ ର ସରକାରି ଜମି ମାଡି ବସି ଘର କରିବା ସହ ଅନ୍ୟକୁ ବିକ୍ରିକରି ମଧ୍ୟ ମାଲାମାଲ ହେଉଥିଲେ। ହେଲେ ଏନେଇ ଅଭିଯୋଗ ହେଉଥିଲେ ବି ପୁର୍ବରୁ ଦାୟିତ୍ଵରେ ଥିବା ଅଧିକାରୀମାନେ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରୁ ନ ଥିଲେ ତେବେ ବର୍ତ୍ତମାନ ର ତହସିଲଦାର
ଶଶାଙ୍କ ଶେଖର ପାତ୍ର ଦାୟୀତ୍ଵ ଗ୍ରହଣ କରିବାପରେ କୈ।ଣସି ଭୟ କିମ୍ବା ଚାପରବଶବର୍ତ୍ତୀ ନ ହୋଇ ସରକାରୀ ନିତୀନିୟମକୁ ସଠିକ ଭାବେ ପାଳନ କରି ଜବରଦଖଲକାରିଙ୍କ କବଳରୁ ଶହ ଶହ ଏକର ସରକାରି ଜମି ପୁଣିସର କାରି ଖାତାକୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ। ଯାହାର କି ଆନୁମାନିକ ମୂଲ୍ୟ ୧୦କୋଟିରୁ ଉର୍ଦ୍ଧ୍ଵ ହେବ ବୋଲି କୁହାଯାଉଛି। ଫଳରେ ବେଆଇନ ଭାବେ ସରକାରୀ ଜମିଜବରଦଖଲକାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ସେହିପରି କରେ ନା ସମୟରେ ଲୋକଙ୍କୁ ସଚେତନ କରିବା ସହ ମାସ୍କ ପ୍ରଦାନ କରିଥିଲେ । ମାସ୍କ ପିନ୍ଧିବା ଓ ସାମାଜିକଦୂରତା ରକ୍ଷା କରୁ ନ ଥିବା ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ମଧ୍ୟ ରିତିମତ ଚଢାଉ କରି ବୁଝାଇବା ସହ ଜରିମାନ । ଆଦାୟ କରିଥିଲେ । ଫଳରେ କରୋ ନା ସଂକ୍ରମିତ ଙ୍କ ସଂଖ୍ୟା ମଧ୍ୟ ବାଲିଗୁଡ଼ା ଅଞ୍ଚଳରେ କମିଯାଇଥିଲା।
ତହସିଲଦାର ପାତ୍ର ଖୁବକମ ଦିନ ମଧ୍ୟରେ ଜନହିତକର କାର୍ଯ୍ୟ କରି ଅଞ୍ଚଳବାସୀଙ୍କ ଦ୍ଵାରା ପ୍ରଶ ସିଂତ ହୋଇଛନ୍ତି ।

related posts

Leave a Comment