Home Breaking News / ତାଜା ଖବର ରାଜେନ୍ଦ୍ର ସାହୁଙ୍କ ଉପରେ ପୁନ ବିଶ୍ୱ ହିନ୍ଦୁ ପରିଷଦ ସଭାପତି ଦାଇତ୍ୱ ନ୍ୟସ୍ତ

ରାଜେନ୍ଦ୍ର ସାହୁଙ୍କ ଉପରେ ପୁନ ବିଶ୍ୱ ହିନ୍ଦୁ ପରିଷଦ ସଭାପତି ଦାଇତ୍ୱ ନ୍ୟସ୍ତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ)-ରାୟଗଡ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ର ଜିଲ୍ଲା କମିଟି ଚୟନ ପ୍ରକ୍ରିୟା ଶେଷ ହୋଇଯାଇଛି। ପୂର୍ବତନ ଜିଲ୍ଲାର ସଭାପତି ରାଜେନ୍ଦ୍ର ସାହୁଙ୍କ ଆୟୋଜନ କ୍ରମେ ସଦର ମହକୁମା ସ୍ଥିତ ଏକଲ ବିଦ୍ୟାଳୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଯୋଗୀଶ୍ରୀ ଚୈତନ୍ୟ ରାମ ଯୋଗ ଦେଇଥିଲେ । ରାଜ୍ୟର ନିର୍ବାଚନ ପ୍ରତିନିଧି ତଥା ସନ୍ଥ ସୁଦର୍ଶନ ଦାସ ମହାରାଜ ଯୋଗଦେଇ ନିର୍ବାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ। ଏହି ବୈଠକରେ ଜିଲ୍ଲା ତଥା ପ୍ରତ୍ୟେକ ମଣ୍ଡଳର ସଭାପତି ତଥା ଅନ୍ୟ ପଦାଧିକାରୀ ଙ୍କ ଚୟନ କରାଯାଇଥିଲା। ଉପସ୍ଥିତ ପରିଷଦର ସମସ୍ତ କର୍ମକର୍ତାଙ୍କ ସମର୍ଥନ ପ୍ରସ୍ତାବ କ୍ରମେ ପୁନଃ ରାଜେନ୍ଦ୍ର ସାହୁଙ୍କ ଉପରେ ଜିଲ୍ଲାର ସଭାପତି ଦାଇତ୍ୱ ନ୍ୟସ୍ତ କରି ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ ନିର୍ବାଚନ ଅଧିକାରୀ ମାନେ। ଏଥି ପୂର୍ବରୁ ଅର୍ଥାତ ଶ୍ରୀ ସାହୁଙ୍କ ପୂର୍ବରୁ ବିଶ୍ବହିନ୍ଦୁ ପରିଷଦ ର ପ୍ରଦର୍ଶନ ସନ୍ତୋଷ ଜନକ ନ ଥିଲା କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ପ୍ରାୟ ସବୁ ବ୍ଲକରେ କାର୍ଯ୍ୟକର୍ତା ନିଯୁକ୍ତ କରିବାସହ, ଯଜ୍ଞ, ସଂସ୍କାର, ପ୍ରବାସ,ପରା ବର୍ତନ, ଧର୍ମାନ୍ତକାରଣ କୁ ଦୃଢ଼ ହସ୍ତରେ ପ୍ରତିହତ କରିବାକୁ ଚେଷ୍ଟା କରିଥିବା ଦେଖିବାକୁ ମିଳିଛି ତେଣୁ ରାଜ୍ୟ ନେତୃତ୍ୱ ମଣ୍ଡଳୀ ଆସ୍ଥା ପ୍ରକଟ କରି ଆଗକୁ ଆହୁରି ଅଧିକ ହିନ୍ଦୁ ଧର୍ମର ରକ୍ଷାକରିବାକୁ ସହାୟକ ହେବ ବୋଲି କହିଛନ୍ତି । ବିଶେଷ ଉଲେଖ ଯୋଗ୍ୟ ଏହିକିଯେ ଜିଲ୍ଲା ତଥା ଅନ୍ୟ ଜିଲାର ସାଧୁ ସନ୍ଥଙ୍କ ସହ ଯୋଗ ସୂତ୍ର କରିବାରେ ଅତି ଆଗ୍ରହ ସହ କରୁଥିବାରୁ ଆଜି ସମସ୍ତେ ଏକତ୍ରିତ ହୋଇ ସଂସ୍କୃତି ରକ୍ଷା କରୁଥିବାର ଦେଖିବାକୁ ମିଳିଛି । ଗୋ ହତ୍ୟାର ବିରୋଧ ,ଅବାଧ ଗୋ ଚାଲାଣ, ଆଦିବାସୀଙ୍କୁ ମିଥ୍ୟା ପ୍ରଲୋଭିତ କରି ଜବରଣ ଡ୍ରମନ୍ତକାରଣ, ଷଡ଼ଯନ୍ତ୍ର, କୁତ୍ସାରଟନ ଭଳି ଚକ୍ରାନ୍ତକୁ ରୋକିବାରେ ଶ୍ରୀ ସାହୁଙ୍କ ନେତୃତ୍ୱରେ ଭଲଭାବରେ ଦାଇତ୍ୱ ତୁଲାଇଥିବା ଯୋଗୀଶ୍ରୀ କହିଛନ୍ତି। ଜିଲାର ଭଲ ଭଲ ଦକ୍ଷ କାର୍ଯ୍ୟ କର୍ତାଙ୍କୁ ନେଇ ଜିଲାର ପରିଚାଳନା ପରିଷଦ ଗଠନ କରାଯାଇ ସାର୍ବଜନୀନ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି । ଆଉ ମୋ ଉପରେ ରାଜ୍ୟ ତଥା ଜିଲା ନେତୃବର୍ଗ ଆସ୍ଥା ରଖି ଦେଇ ଥିବା ଯୋଗୁଁ ଧନ୍ୟବାଦ ଜଣାଇବା ସହ ଧର୍ମ ରକ୍ଷା ଦିଗରେ ଅପ୍ରାଣ ଚେଷ୍ଟା ଜାରି ରଖିବେ ବୋଲି

related posts

Leave a Comment