Home Breaking News / ତାଜା ଖବର ସିକରପାଇ ସେବା ଦଳର ବଦାନ୍ୟତା ସବ ସଂସ୍କାର ପାଇଁ ଆର୍ଥିକ ସହାୟତା ପ୍ରଦାନ

ସିକରପାଇ ସେବା ଦଳର ବଦାନ୍ୟତା ସବ ସଂସ୍କାର ପାଇଁ ଆର୍ଥିକ ସହାୟତା ପ୍ରଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଙ୍ଘପୁର ବ୍ଲକ ସିକରପାଇ ସଦର ମହକୁମା ର କିଛି ସହୃଦୟ ଯୁବକଗୋଷ୍ଠୀ ମିଶି ଏକ ସେବା ଦଳ ଗଠନ କରିଛନ୍ତି।ଏହି ସେବାଦଳ ଗତ କିଛିଦିନ ହେଲା ସେବା କାମରେ ସକ୍ରିୟତାର ସହ ଚଳାଇ ଆସୁଥିବାର ଦେଖିବାକୁ ମିଳିଛି। ଚଳିତ ବର୍ଷ କରନା କାଳରେ ଅନେକ ପ୍ରକାର ନିଃସ୍ୱାର୍ଥପର ସେବା କରିଥିବାର ନଜରକୁ ଆସିଛି। ଏହି ଗୋଷ୍ଠୀ ର ମଙ୍ଗ ଯୁବଜ ହାତରେ ଥିଲେହେଁ ଗ୍ରାମର ବରିଷ୍ଠ ଓ ବଦାନ୍ୟତା ରହିଥିବା ଭଦ୍ରବ୍ୟକ୍ତିଙ୍କ ପରାମର୍ଶରେ ପରିଚାଳିତ ହେଇଅସୁଛି। ଏହାର ମୁଖ୍ୟ ଲକ୍ଷ ହେଲା ବିପଦ ବେଳେ ପଡେ ଆହା କହିବା।ମଣିଷ ଜୀବନରେ ମୃତ୍ୟୁ ଠାରୁ ଅଧିକ ଦୁଃଖ ଦାୟକ ବିପଦ କିଛି ନାହିଁ ତେଣୁ ସଂଗଠନ ନିଷ୍ପତି ନେଇଛି କି ଧନୀ କିମ୍ବା ଗରିବ ହେଉ ତାର ବିପଦ ବେଳେ ନିଜେ ଉପସ୍ଥିତ ରହି ସହଯୋଗ କରିବା ସହ ଯଥା ସମ୍ଭବ ଆର୍ଥିକ ସହାୟତା ଯୋଗାଇଦେବାକୁ। ଗତ ଦୁଇ ତଳେ ସଦର ମହକୁମାର ଆଦିବାସୀ ସାହିର ଜଣେ ଯୁବଜ ଅକାଳରେ ଝଡି ପଡିବାରୁ ତାଙ୍କ ପରିବାର କୁ ସମବେଦନା ଜଣାଇ ଏକ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ଓ ତା ସଙ୍ଗେ ସଙ୍ଗେ ଝଡ଼ିଆ ସାହିର ସୁରେଶ ଙ୍କ ଶିଶୁ ପୁତ୍ର ସଂସାର ଛାଡ଼ି ଚାଲିଯିବାରୁ ତାଙ୍କୁ ମଧ୍ୟ ଏଜ ହଜାର ଟଙ୍କା ଅର୍ଥିଜ ସହାୟତା ପ୍ରଦାନ କରାଯାଇଛି। ଏହି ସେବା ଦଳ ଜୁଲାଇ ୨ ତାରିଖ ୨୦୦୧ ମସିହାରେ ଆରମ୍ଭ ହୋଇଥିଲା ,ବର୍ତମାନ ଏହାର ସଭାପତିସତୀଶ ନେମାଲପୁରୀ ଉପ ସଭାପତି ଵାଲା ବଡ଼ିଗମ ଓ ସମ୍ପାଦକ ଶ୍ରୀକର ଗେମ୍ବାଲି ରହିଛନ୍ତି। ସେବା ଦଳର ଆହ୍ୱାନ ଏହି ସଙ୍ଗଠନରେ ଜେବଳ ଯୁବଜ ନୁହନ୍ତି ଯେ କୌଣସି ବର୍ଗର ବ୍ୟକ୍ତି ସାମିଲ ହେଇ ପାରିବେ ବୋଲି କମିଟି କହିଛି। ଯୁବଗୋଷ୍ଠିର ଏତାଦୃଶ୍ୟ ସେବା ମନୋବୃତି ଦେଖି ଗ୍ରାମର ବୁଦ୍ଧିଜୀବୀ ଭୁରିୟସୀ ପ୍ରଶଂସା କରିବା ସହ ଏଭଳି ପଦକ୍ଷେପ ଗାଁ ପାଇଁ ଗୌରବ ଆଣିଦେବ ବୋଲି ମତ ପ୍ରକାଶ ପାଇଛି।

related posts

Leave a Comment