Home Breaking News / ତାଜା ଖବର ବିଦ୍ୟୁତ୍ ଶୁକ୍ଳ ବୃଦ୍ଧିକୁ ନେଇ ବିଜେପି ଘେରାଉ କଲା ବିଦ୍ୟୁତ୍ କାର୍ଯ୍ୟାଳୟ

ବିଦ୍ୟୁତ୍ ଶୁକ୍ଳ ବୃଦ୍ଧିକୁ ନେଇ ବିଜେପି ଘେରାଉ କଲା ବିଦ୍ୟୁତ୍ କାର୍ଯ୍ୟାଳୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୁଗୁଡା(ତ୍ରିଲୋଚନ ପଣ୍ଡା): ରାଜ୍ୟରେ ଅହେତୁକ ଭାବେ ବିଦ୍ୟୁତ୍ ଶୁକ୍ଳ ବୃଦ୍ଧି,ଅଘୋଷିତ ବିଦ୍ୟୁତ୍ କାଟ ଏବଂ ବିଦ୍ୟୁତ୍ ବିଭାଗର ଦୌରାତ୍ମ୍ୟକୁ ହୃଦୟଙ୍ଗମ କରି ରାଜ୍ୟ ବିଜେପି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ ତରଫରୁ ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଳିକ ନେତୃତ୍ବରେ ବ୍ଳକର ଶତାଧିକ ବିଜେପି କର୍ମକର୍ତ୍ତାଙ୍କୁ ନେଇ ସ୍ଥାନୀୟ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ଆଜି ଦିବା ୧୨ଘଣ୍ଟା ସମୟରେ ମଳିକଙ୍କ ବାସଭବନରରୁ ବାହାରି ରାଜ୍ୟ ସରକାରଙ୍କ କୁତ୍ସାରଟନା କରି ବିଭିନ୍ନ ଶ୍ଳୋଗାନ ଦେଇଥିବା ସହ ନଗର ପରିକ୍ରମା କରି ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟକୁ ଯାଇ ଘେରାଉ କରିଥିଲେ । ସେହି ପରିସରରେ ରାଜ୍ୟ ସରକାରଙ୍କ ଅପାରଗତାକୁ ତୀବ୍ର ପ୍ରତିବାଦ କରି ଏହି ଶୁକ୍ଳ ବୃଦ୍ଧିକୁ ପ୍ରତ୍ୟାହାର,ବିଦ୍ୟୁତ୍ ପ୍ରଦାନରେ ଠିକ୍ ରଖିବା ଏବଂ ଧନୀଶ୍ରେଣୀ ଲୋକଙ୍କର କୋଟି କୋଟି ଟଙ୍କାର ବିଦ୍ୟୁତ୍ ଶୁକ୍ଳ ବକେୟା ରହିଥିଲେ ତା’ର ବିଦ୍ୟୁତ୍ ସଂଯୋଗରେ କିଛି ନକରି ଯେଉଁ ଲୋକଙ୍କ ହଜାରରୁ ଉର୍ଦ୍ଧ ଟଙ୍କା ବକେୟା ଥିବ ତାଙ୍କରି ପାଖରେ ଦୌରାତ୍ମ୍ୟ କରିବା ସହ ବିଦ୍ୟୁତ୍ ସଂଯୋଗ ବିଚ୍ଛନ୍ନ କରୁଥିବା ଜଣାପଡିଛି । ଏଣୁ ଏହି ସବୁ ପ୍ରକ୍ରିୟାରୁ ନିବୃତ୍ତ ନରହିଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଉପସ୍ଥିତ ଥିବା ବରିଷ୍ଠ ନେତାମାନେ ପ୍ରତିକ୍ରିୟା ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ନଗର ସଭାପତି ସୂର୍ଯ୍ୟ ନାରାୟଣ ମହାନ୍ତି,ରାଜ୍ୟ ବରିଷ୍ଠ ନାରୀନେତ୍ରୀ ଜୟନ୍ତୀ ପଢିଆରୀ,ଜିଲ୍ଲା ଯୁବମୋର୍ଚ୍ଛା ସଭାପତି ପ୍ରମୋଦ କୁମାର ପଣ୍ଡା,ପୂର୍ବତନ ନଗର ସଭାପତି ହର ପ୍ରସାଦ ଦାଶ,ବିଷ୍ଣୁ ପ୍ରଧାନ,କେଦାର ନାଥ ମହାରଣା ଏବଂ ଗୌରହରି ପ୍ରଧାନ ପ୍ରମୁଖ ବହୁ ବିଜେପି କର୍ମକର୍ତ୍ତା ଉପସ୍ଥିତିରେ ବିଦ୍ୟୁତ୍ ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ ।

related posts

Leave a Comment