Home Breaking News / ତାଜା ଖବର ଡାନିସ ସିଦ୍ଦିକିଙ୍କୁ କେମିତି ହତ୍ୟା କରିଥିଲେ ତାଲିବାନ ଆତଙ୍କୀ? ସାମ୍ନାକୁ ଆସିଲା ବିଭତ୍ସ କାହାଣୀ

ଡାନିସ ସିଦ୍ଦିକିଙ୍କୁ କେମିତି ହତ୍ୟା କରିଥିଲେ ତାଲିବାନ ଆତଙ୍କୀ? ସାମ୍ନାକୁ ଆସିଲା ବିଭତ୍ସ କାହାଣୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଧୀରେ ଧୀରେ ଆଫଗାନିସ୍ତାନରେ ତାଲିବାନ ଗୁଳିରେ ଜୀବନ ହରାଇଥିବା ଭାରତୀୟ ଫଟୋ ଜର୍ଣ୍ଣାଲିଷ୍ଟ ଡାନିସ ସିଦ୍ଦିକିଙ୍କୁ ନେଇ ତଥ୍ୟ ସାମ୍ନାକୁ ଆସୁଛି । ଆଫଗାନିସ୍ତାନରେ କେମିତି ଡାନିସ ସିଦ୍ଦିକିଙ୍କୁ ହତ୍ୟା କରିଥିଲେ ତାଲିବାନ ଆତଙ୍କବାଦୀ? ଏହି ପ୍ରଶ୍ନ ଏବେ ବି କୋଟି କୋଟି ଭାରତୀୟଙ୍କ ମନରେ ଉଠୁଥିବ । ତାହା ଉପରୁ ଜାତୀୟ ଗଣମାଧ୍ୟମ ଆଜତକ୍ ପରଦା ହଟାଇଛି ।
ଏହି ଜାତୀୟ ଗଣମାଧ୍ୟମକୁ ଆଫଗାନିସ୍ତାନରେ ନିୟୋଜିତ ଥିବା ସୈନିକ ଡାନିସ ସିଦ୍ଦିକିଙ୍କ ମୃତ୍ୟୁ ନେଇ ସବିଶେଷ ବିବରଣୀ ଦେଇଛନ୍ତି । ସେହି ଦିନ ଯୁଦ୍ଧ ସ୍ଥଳ କଭରେଜ ପାଇଁ ଯାଇଥିବା ଡାନିସ ଫେରୁଥିଲେ । ଏହି ସମୟରେ ତାଲିବାନୀ ଆତଙ୍କବାଦୀଙ୍କ ଗୁଳି ତାଙ୍କର ମୁଣ୍ଡରେ ଲାଗିଥିଲା । ସେହିଠାରେ ଟଳି ପଡିଥିଲେ ଡାନିସ ସିଦ୍ଦିକି । ଏହା ପରେ ସେଠାରେ ପହଁଚିଥିଲେ ତାଲିବାନୀ ଆତଙ୍କବାଦୀ । ଡାନିସ ସିଦ୍ଦିକିଙ୍କୁ ଭଲ ଭାବରେ ଦେଖିବା ପରେ ଜାଣିବାକୁ ପାଇଲେ ସେ ଭାରତୀୟ ସାଂବାଦିକ । ଏହା ପରେ ମୃତ ଡାନିସଙ୍କ ମୁଣ୍ଡ ଉପରେ ଗାଡିର ଚକ ଚଢାଇ ଦେଇଥିଲେ । ଅତି ନିର୍ମମ ଭାବରେ ଶବକୁ ବିଭତ୍ସ କରିଥିଲେ । ଏସବୁ କରିବାର ଗୋଟିଏ କାରଣ ଡାନିସ ଥିଲେ ଜଣେ ଭାରତୀୟ । ତାଲିବାନ ଆତଙ୍କବାଦୀଙ୍କ ଏପରି କାର୍ଯ୍ୟ ସେମାନଙ୍କର ବର୍ବରତା ଏବଂ ଭାରତ ପ୍ରତି ଘୃଣାକୁ ପ୍ରଦର୍ଶନ କରୁଛି । ପାକିସ୍ତାନ ସୀମାନ୍ତ ସ୍ପିନ୍ ବୋଲଡାକ୍ ସହରରେ ଆଫଗାନିସ୍ତାନର ସ୍ପେଶାଲ ଫୋର୍ସ ସହିତ ଫେରିବା ସମୟରେ ଗତ ଶୁକ୍ରବାର ତାଙ୍କ ଠାରେ ଗୁଳି ଲାଗିଥିଲା । ସେହିଠାରେ ସେ ଆଖି ବୁଜିଥିଲେ । ଡାନିସ ସିଦ୍ଦିକି ରଏଟର ପାଇଁ ଫଟୋ ସାଂବାଦିକ ଭାବେ କାମ କରୁଥିଲେ ।

related posts

Leave a Comment