Home Breaking News / ତାଜା ଖବର ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ବିଡିଓଙ୍କୁ ଦାବୀପତ୍ର

ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ବିଡିଓଙ୍କୁ ଦାବୀପତ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୁଗୁଡା(ତ୍ରିଲୋଚନ ପଣ୍ଡା): ଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘର ବୁଗୁଡା ଶାଖା ପକ୍ଷରୁ ତାଙ୍କରି କେତେକ ଅଭାବ ଜନିତ ସମସ୍ୟାକୁ ସମାଧାନ କରିବାରେ ଦର୍ଶାଇ ଗଞ୍ଜାମ ଜିଲ୍ଲା ବୁଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ଆଜି ଅପରାହ୍ନରେ ସ୍ଥାନୀୟ ଶାଖାର ସଭାପତି ଦେବରାଜ ଡାକୁଆଙ୍କ ନେତୃତ୍ବରେ ପାଞ୍ଚଟି ଦାବୀ ସ୍ବାବଲମ୍ବୀ କାରୀଗର ଓ ପମ୍ପଚାଳକ ମାନଙ୍କୁ କରୋନା ଯୋଦ୍ଧା ମାନ୍ୟତା,ପ୍ରତ୍ୟେକ ମାସରେ ନିୟମିତ ପାରିଶ୍ରମିକ,ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ,କାର୍ଯ୍ୟରତ କର୍ମଚାରୀଙ୍କ ଅକାଳ ମୃତ୍ୟୃରେ ପରିବାରଙ୍କୁ ୧୦ଲକ୍ଷ ଟଙ୍କାର ଅନୁକମ୍ପା ଭିତ୍ତିରେ ପ୍ରଦାନ ଏବଂ କରୋନା ମୃତ୍ୟୁ ସହାୟତା ପ୍ରଦାନ କରିବା ଦିଗରେ ଉପସ୍ଥାପନା କରିଥିଲେ । ସେମାନଙ୍କ ମଧ୍ୟରେ ସଂଘ ସମ୍ପାଦକ ସନ୍ତୋଷ କୁମାର ପଣ୍ଡିତ,ଅରୁଣ କୁମାର ପଣ୍ଡା, ସାଇରାମ ପ୍ରଧାନ, ରୋହିତ ଜେନା,ଅରୁଣ କୁମାର ଭୋଳ,ଯୋଗେନ୍ଦ୍ର କୁମାର ସାହୁ,ଦୟାନିଧି ମହାରଣା,ଲିଙ୍ଗରାଜ ଡାକୁଆ ଏବଂ କ୍ଷେତ୍ରବାସୀ ପ୍ରଧାନ ସମେତ ତିରିଶରୁ ଉର୍ଦ୍ଧ୍ବ କର୍ମଚାରୀ ଉପସ୍ଥିତ ଥିଲେ ।

related posts

Leave a Comment