Home Breaking News / ତାଜା ଖବର କଠିନ ବୈଜ୍ୟ ବସ୍ତୁ ପ୍ରସ୍ତୁତି ପ୍ରକଳ୍ପର ଭୂମିପୁଜା

କଠିନ ବୈଜ୍ୟ ବସ୍ତୁ ପ୍ରସ୍ତୁତି ପ୍ରକଳ୍ପର ଭୂମିପୁଜା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): ସହରକୁ ସୁସ୍ଥ ଓ ସୁନ୍ଦର ବାତାବରଣ ସୃଷ୍ଟି କରିବାପାଇଁ ରାଇକିଆ ଜନଜାତି ହାଟ ନିକଟରେ ଏକ କଠିନ ବୈଜ୍ୟ ବସ୍ତୁ ପ୍ରସ୍ତୁତି ପ୍ରକଳ୍ପର ଭୂମିପୂଜା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ରାଇକିଆ ସମିତି ଅଧ୍ୟକ୍ଷା ମାନିନୀ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବିଣ କୁମାର ବାଣୁଆ, ତହସିଲଦାର ହରପ୍ରସାଦ ଭୋଇ, ସରପଞ୍ଚ ପଞ୍ଚୁ ପ୍ରଧାନ ଯୋଗ ଦେଇ ଏହି ଜନହିତକର ଯୋଜନାର ପ୍ରକଳ୍ପଟିର ନିର୍ମାଣ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରାଯାଇଛି। କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ରେ ଏହି ନୁତନ ମେଗା ପ୍ରକଳ୍ପ ପ୍ରଥମ ଥର ପାଇଁ କାର୍ଯ୍ୟ କାରି ହେବାକୁ ଯାଉଛି।ଅଞ୍ଚଳରେ ବିଭିନ୍ନ ବୈଜ୍ୟ ବସ୍ତୁ ଏଣେ ତେଣେ ପଡ଼ି ପରିମଳ ଏବଂ ପରିବେଶକୁ ନଷ୍ଟ କରୁଛି। ଏଥି ଯୋଗୁଁ ଅଞ୍ଚଳକୁ ସୁସ୍ଥ ଏବଂ ସୁନ୍ଦର ବାତାବରଣ ସୃଷ୍ଟି କରିବା ଏହି ପ୍ରକଳ୍ପର ମୂଖ୍ୟ ଉଦ୍ଦେଶ୍ୟ। ଏଥି ନିମନ୍ତେ ବ୍ଲକ୍ ପ୍ରଶାସନ ଏହି ପ୍ରକଳ୍ପ ଟିକୁ ହାତକୁ ନେଇଛି।ଏହା ଗୋଟିଏ କ୍ଷୁଦ୍ର ଶିଳ୍ପ କେନ୍ଦ୍ର ନିର୍ମାଣରେ ମେସିନ୍ ସାହାଯ୍ୟରେ ଆବର୍ଜନା ବୈଜ୍ୟ ବସ୍ତୁକୁ ଏକାଠି କରି ସେଥିରୁ ଖତ ପ୍ରସ୍ତୁତ କରାଯିବ। ଏଥି ନିମନ୍ତେ ଏଠାରେ କାର୍ଯ୍ୟ କରିବା ପାଇଁ କର୍ମଚାରୀର ଆବଶ୍ୟକ ରହିବ‌। ଏବଂ ସେମାନଙ୍କୁ ମଧ୍ୟ ବେତନ ଦିଆଯିବାର ବ୍ୟବସ୍ଥା କରାଯିବ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ଜୁଲିମା ଦଳବେହେରା, ସମିତି ସଭ୍ୟା ମିନି ନାୟକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନିଲ ପଟ୍ଟନାୟକ, ବ୍ଲକ୍ ର ବିଭିନ୍ନ ବିଭାଗୀୟ ଯନ୍ତ୍ରୀଙ୍କ ସହ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ

related posts

Leave a Comment