Home Breaking News / ତାଜା ଖବର ଆଦିବାସୀମାନଙ୍କ ଜାହିରା ପୀଠରୁ ଦଖଲ ଉଛେଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଉପଜିଲ୍ଲାପାଳଙ୍କ ମାଧ୍ୟମରେ

ଆଦିବାସୀମାନଙ୍କ ଜାହିରା ପୀଠରୁ ଦଖଲ ଉଛେଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଉପଜିଲ୍ଲାପାଳଙ୍କ ମାଧ୍ୟମରେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଉଦଳା(ଆପଦ ଭଞ୍ଜନ ରାଉତ): ମୟୂରଭଞ୍ଜ ଜିଲ୍ଲାରେ ଆଦିବାସୀ ସମାଜର ପାରମ୍ପରିକ ନୀତି ନିୟମ ଅନୁସାରେ ଜାହିରା ପୀଠରେ ପୂଜାର୍ଚ୍ଚନା ବର୍ଷ ତମାମ ଚାଲିଥାଏ । ସେମାନେ ଜାହିରା ପୀଠ ରେ ରୋଗ ଦାଉରୁ ରକ୍ଷା , ଚାଷର ବିକାଶ , ବିବାହ ବ୍ରତ , ପଶୁସମ୍ପଦ ସୁରକ୍ଷା , ପରିବେଶର ରକ୍ଷା ତଥା ଦେଶର ମଙ୍ଗଳ ପାଇଁ ପୂଜା ପାଠ କରିଥାନ୍ତି । ଖଲାଡି ପଂଚାୟତର ଶିରିପୁର ଗ୍ରାମରେ ଥିବା ଜାହିରା ଜମିରୁ ହାତୀଘୋଡା ଭାଙ୍ଗିବା ସହିତ ଘେରାବାଡକୁ ଉପାଡି ନିଆଁରେ ଗତ ମେ ମାସ ୯ ତାରିଖ ଦିନ ସେହି ଗ୍ରାମର କିଛି ଅସମାଜିକ ଲୋକମାନେ ଧ୍ୱଂସ କରିଅଛନ୍ତି । ସେମାନେ କିଛି ମୂଲ୍ୟବାନ ବୃକ୍ଷକୁ କାଟି ନେବା ସହିତ ମୂଲ୍ୟବାନ ଚାରା ରୋପଣ ହୋଇ ଥିବା ଛୋଟ ଛୋଟ ଗଛ ଗୁଡିକୁ ଉପାଡି ନଷ୍ଟ କରିଅଛନ୍ତି । ଆଦିବାସୀ ମାନେ ଏହାକୁ ବିରୋଧ କରିବାରୁ ବିଭିନ୍ନ ଅଭଦ୍ର ଭାଷାରେ ଗାଳି ଗୁଲଜ କରୁ ଅଛନ୍ତି । ସେହି ଜମିକୁ ଖେଳ ପଡିଆ ବନାଇବା ସହିତ ଦେବାଦେବୀ ପୂଜା ପାଉଥିବା ଜାଗାରେ ପରିସ୍ରା କରୁଛନ୍ତି । ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ତରଫରୁ କିଛି କାର୍ଯନୁଷ୍ଠାନ ନିଆ ହୋଇ ନାହିଁ । ଭାରତୀୟ ସମ୍ବିଧାନର ମୌଳିକ ଅଧିକାରରୁ ବଞ୍ଚିତ ହେବାରୁ ଆଜି ସହସ୍ରସଂଖ୍ୟା ରେ ଆଦିବାସୀମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଅଛନ୍ତି । ଶିରିପୁର ଗ୍ରାମର ଜାହିରା ଜାଗାରେ ଭଲିବଲ , କ୍ରିକେଟ ଇତ୍ୟାଦି ଖେଳ ଖେଳିବା ଫଳରେ ଆଦିବାସୀ ମାନଙ୍କ ଧର୍ମପୀଠ ର ମର୍ଯ୍ୟାଦା ନଷ୍ଟ ହେଉଛି । ତୁରନ୍ତ ଏସବୁ ବନ୍ଦ କରାଯାଉ ।ତତ ସହିତ ଆଦିବାସୀ ମାନଙ୍କୁ ଅପମାନରୁ ରକ୍ଷା କରାଯାଉ । ଏହି ଦାବି ପତ୍ର ମାନବ ଅଧିକାର କମିଶନ , ରାଜ୍ୟପାଳ ଓଡିଶା , ଜିଲ୍ଲାପାଳ ମୟୂରଭଞ୍ଜ , ଜିଲ୍ଲା ଆରକ୍ଷୀ ଅଧିକାରୀ ଓ ଉପଜିଲ୍ଲାପାଳଙ୍କ ଦୃଷ୍ଟି ନିମନ୍ତେ ପଠାଇ ଅଛନ୍ତି । ଏହି ଦାବି ପତ୍ର ଉପଜିଲ୍ଲାପାଳ ଭଗବାନ ବେହେରାଙ୍କୁମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ ସମୟରେ ପାଣ୍ଡୁରାମ ହେମ୍ବ୍ରମ , ରବିନ୍ଦ୍ର ନାଥ ଟୁଡୁ , ପରମେଶ୍ବର ମୁର୍ମୁ , ସଂଜୟ କିସ୍କୁ , ଶିରିଶ ଟୁଡୁ , ଠୁମ୍ପୁ ମୁର୍ମୁ , ଜଗଦୀଶ ମୁର୍ମୁ , ପଂଚୁ ଟୁଡୁ , ଜୟରାମ ହାଁସ

related posts

Leave a Comment