Home Breaking News / ତାଜା ଖବର ଶୌଚାଳୟ କେବେ ହେବ କାର୍ଯ୍ୟକ୍ଷମ…

ଶୌଚାଳୟ କେବେ ହେବ କାର୍ଯ୍ୟକ୍ଷମ…

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାଶୀନଗର(ପ୍ରଶାନ୍ତ ସାହୁ): ସ୍ଥାନୀୟ ଡାକବଙ୍ଗଳା ଠାରେ ସ୍ୱଚ୍ଛ ଭାରତ ମିଶନ ପାଣ୍ଠିରୁ ୨୦୧୮/୧୯ ରେ ଅନୁଦାନ ୬ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ଚାରୀଟିକିଆ ଗୋଷ୍ଟି ଶୌଚାଳୟ ଯାହା କି ନିର୍ଦ୍ଧାରତ କାର୍ଯ୍ୟ ଆରମ୍ଭ ୧୯/୧୧/୨୦୧୯ ରେ ଆରମ୍ଭ ହୋଇ କାର୍ଯ୍ୟ ୧୯/୧/୨୦୨୦.ରିଖ ଶେଷ ହୋଇଥିଲା । ଆଜକୁ ପ୍ରାୟ ୨ ବର୍ଷ ହେଲା ଏହି ଶୌଚାଳୟ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏହି ଶୌଚାଳୟ ରେଳ ଷ୍ଟେସନ ପାଖରେ ଅଛି।ଏହାର ଉପଯୋଗ ହୋଇପାରୁ ନାହିଁ ଏବଂ ଶୌଚ ହେବାକୁ ସ୍ଥାନୀୟ ଜନସାଧାରଣ ଙ୍କ କାର୍ଯ୍ୟ ରେ ଲାଗୁନାହିଁ।ଯାହାଫଳରେ ଏହି ସ୍ଥାନରେ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ ଚାଲୁରହିଥିବା ଖବର ପ୍ରକାଶ ପାଇଛି। ଏବଂ ଏଠାରେ ମଦ ବୋତଲ ରଖିବା ପାଇଁ ଶୌଚାଳୟ ଟି ନିର୍ମିତ ହୋଇଛି ବୋଲି ଜନ ସାଧାରଣ ରେ ଚର୍ଚ୍ଚା ହେଉଛି।ଏହି ପରି ଏନ ଏ ସି ସମ୍ମୁଖରେ ଥିବା ବନ୍ଧ ନିକଟରେ ମଧ୍ୟ ଶୌଚାଳୟ ନିର୍ମିତ ହୋଇ ଦୀର୍ଘ ଦିନ ହେଲା କାର୍ଯ୍ୟକ୍ଷମ ହୋଇ ଥିଲେ ବି ଏହାର ତଦାରଖ ନାହିଁ।ଏ ନେଇ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟସମ୍ପୂର୍ଣ୍ଣା ରାଉତ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ ସେ କହିଲେ ବିଦୁତ ମିଟର ଲାଗି ନଥିବାରୁ ଏହା କାର୍ଯ୍ୟକାରୀ ହୋଇନାହିଁ ,ପରିତାପର ବିଷୟ କି ଏକ ସାଧାରଣ କାମ ଜନସାଧାରଣ ଙ୍କ ପାଇଁ ଉଦ୍ଧିଷ୍ଟ, କାର୍ଯ୍ୟ କରିବାପାଇଁ ପ୍ରୟା 2ବର୍ଷ ହେଲେ, କାଶୀନଗର ଉନ୍ନତି କରଣ କାର୍ଯ୍ୟକ୍ରମ କେବେ ହେବ। କତ୍ତୃପକ୍ଷ ଦୃଷ୍ଟି ଦେଇ ଉଚିତ୍ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି।

related posts

Leave a Comment