Home Breaking News / ତାଜା ଖବର କାମାକ୍ଷାନଗର ଜୟ ମା ମଙ୍ଗଳା ପେଟ୍ରୋଲ ପମ୍ପଠାରେ କଂଗ୍ରେସର ଦସ୍ତଖତ ସଂଗ୍ରହ ଅଭିଯାନ

କାମାକ୍ଷାନଗର ଜୟ ମା ମଙ୍ଗଳା ପେଟ୍ରୋଲ ପମ୍ପଠାରେ କଂଗ୍ରେସର ଦସ୍ତଖତ ସଂଗ୍ରହ ଅଭିଯାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର(ଟୁକୁନ୍ ବିଶ୍ବାଳ): କାମାକ୍ଷାନଗର ଜୟ ମା ପେଟ୍ରୋଲ ପମ୍ପ ଠାରେ ପିସିସି ସଭାପତି ନିରଞ୍ଜନ ପଟନାୟକ ଙ୍କ ନିର୍ଦେଶ କ୍ରମେ ଢେଙ୍କାନାଳ କିସାନ୍ କଂଗ୍ରେସ ସଭାପତି ବିପ୍ରବର ସାହୁ ଙ୍କ ନେତୃତ୍ବରେ କେନ୍ଦ୍ର ସରକାରଙ୍କ ପେଟ୍ରୋଲ୍ , ଡିଜେଲ, ଖାଇବା ତେଲ,ରନ୍ଧନ ଗ୍ୟାସ ଅତ୍ୟାବଶ୍ୟକ ସାମଗ୍ରୀ ର ଅତ୍ୟଧିକ ଦରବୃଦ୍ଧି ପ୍ରତିବାଦରେ ଦସ୍ତଖତ ଅଭିଯାନ ସଂଗ୍ରହ କରାଯାଇଥିଲା। ପେଟ୍ରୋଲ ପମ୍ପ କୁ ପେଟ୍ରୋଲ ପକାଇ ଆସୁଥିବା ଲୋକମାନଙ୍କୁ ସଚେତନ କରାଯାଉଥିଲା। ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସମର୍ଥନ ମଧ୍ୟ ମିଳିଥିଲା। ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ ବ୍ଲକ୍ ସଭାପତି ଶରତ ପଟ୍ଟନାୟକ, ପବିତ୍ର ଦେହୁରୀ, ଦିଲିପ ସାମଲ, ରତିକାନ୍ତ ଦାସ, ରଞ୍ଜନ ବେହେରା,ଚ‌ଈନ ରାଉତ ସହଯୋଗ କରିଥିଲେ।

related posts

Leave a Comment