Home Breaking News / ତାଜା ଖବର ୟୁରୋକପ୍ ବିଜୟ ଉତ୍ସବ ଇଟାଲିରେ ଡାକି ଆଣିଲାଣି ତୃତୀୟ ଲହର!

ୟୁରୋକପ୍ ବିଜୟ ଉତ୍ସବ ଇଟାଲିରେ ଡାକି ଆଣିଲାଣି ତୃତୀୟ ଲହର!

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନିକଟରେ ଫାଇନାଲରେ ଇଂଲଣ୍ଡକୁ ହରାଇ ୟୁରୋକପ୍ ଜିତିଥିଲା ଇଟାଲି । ଏହି ବିଜୟ ପରେ ପରେ ପୁରା ଉତ୍ସବମୁଖର ହୋଇ ଉଠିଥିଲା ଇଟାଲି । ଗତ ଜୁଲାଇ ୧୨ ତାରିଖରେ ଏହି ବିଜୟ ପରେ ଇଟାଲିର ରାଜରାସ୍ତା ପାଲିଟି ଯାଇଥିଲା ଉତ୍ସବ ସ୍ଥଳ । କୌଣସି ଲୋକ କରୋନା କଟକଣାକୁ କିଛି ଦିନ ପାଇଁ ଭୁଲି ଯାଇଥିଲେ । ରୋମ୍, ମିଲାନ୍ ଫ୍ଲୋରେନ୍ସର ରାସ୍ତାଘାଟ ଗଳିକନ୍ଦିରେ ଦେଖିବାକୁ ମିଳିଥିଲା ସେଲିବ୍ରେସନର ମାହୋଲ। ଫଳରେ ଇଟାଲୀରେ ତୃତୀୟ ଲହର ଆଶଙ୍କା ସୃଷ୍ଟି ହୋଇଛି।
ଗତ ୬ଦିନ ହେବ ଇଟାଲୀରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏବେ ସେଲିବ୍ରେସନ ନିଶା ଖସିଲା ବେଳକୁ ଇଟାଲୀରେ ବଢୁଛି କରୋନା ସଂକ୍ରମଣ । ତେବେ ଜୁଲାଇ ୧ରେ ଇଟାଲୀରେ ଦିନକୁ ୮୭୯ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ରବିବାର ୩ ହଜାର ୧୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା କେସ୍ ବୃଦ୍ଧି ଇଟଚାଲୀରେ ତୃତୀୟ ଲହରର ଏଣ୍ଟ୍ରି ନେଇ ଆଶଙ୍କା ସୃଷ୍ଟି କରିଛି ।

related posts

Leave a Comment