Home Breaking News / ତାଜା ଖବର ରାହୁଲ, ଅଶ୍ୱିନ ବୈଷ୍ଣବ ଓ ପ୍ରଶାନ୍ତଙ୍କ ଉପରେ ପଗୋସିସ କରିଥିଲା ଗୁଇନ୍ଦାଗିରି

ରାହୁଲ, ଅଶ୍ୱିନ ବୈଷ୍ଣବ ଓ ପ୍ରଶାନ୍ତଙ୍କ ଉପରେ ପଗୋସିସ କରିଥିଲା ଗୁଇନ୍ଦାଗିରି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଇସ୍ରାଏଲର ଏହି ଗୁଇନ୍ଦାଗିରି କରୁଥିବା ପଗୋସିସ୍ ସଫ୍ôଟଓୟାର ଦେଶର ତିନିଜଣ ନେତାଙ୍କ ଉପରେ କରିଥିଲା ଗୁଇନ୍ଦାଗିରି । ଜାତୀୟ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି । ସୂଚନା ଅନୁସାରେ କଂଗ୍ରେସ ନେତା ରାହୁଲ ଗାନ୍ଧି, କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନ୍ ବୈଷ୍ଣବ ଏବଂ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ମୋବାଇଲ ଉପରେ ପଗୋସିସ୍ କରିଥିଲା ଗୁଇନ୍ଦାଗିରି । ଏହା ସାମ୍ନାକୁ ଆସିବା ପରେ କଂଗ୍ରେସ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛି । କେନ୍ଦ୍ର ସରକାରଙ୍କ ଏହା ପଛରେ ଭୂମିକା ଥିବା ନେଇ କଂଗ୍ରେସ ଅଭିଯୋଗ ଆଣିଛି । ଯଦି କେନ୍ଦ୍ର ସରକାରଙ୍କ ଅଜାଣରେ ଏପରି ହେଉଛି ତେବେ ତାହା ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ଦ ଓୟାରର ରିପୋର୍ଟ ଅନୁସାରେ ଟିଏମସି ନେତା ଅଭିଷେକ ବାନାର୍ଜୀ, ସୁପ୍ରିମକୋର୍ଟ ପୂର୍ବତନ ସିଜେଆଇ ଏବଂ ପୂର୍ବତନ ଇସି ଅଶୋସ ଲଭସଙ୍କ ମୋବାଇଲ୍ ମଧ୍ୟ ଏହି ପଗୋସିସ୍ ହ୍ୟାକ୍ କରିଥିଲା । ଏହା ବାଦ୍ ଦେଶର ୧୦ଟି ପ୍ରମୁଖ ସଂସ୍ଥାନ ମଧ୍ୟ ଏହାର ଶିକାର ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏହାକୁ ନେଇ ବିରୋଧୀ ସଂସଦୀୟ ଷ୍ଟାଣ୍ଡିଂ କମିଟି ଜରିଆରେ ତଦନ୍ତ ପାଇଁ ଦାବି କରିଛି । ପୁରା ଘଟଣାକୁ ମିଥ୍‌୍ୟା ବୋଲି କହିଛି ବିଜେପି । ଏହା ବିରୋଧୀଙ୍କ ଏକ ଷଡଯନ୍ତ୍ର ବୋଲି କହିଛନ୍ତି ପୂର୍ବ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ସର୍ବଦଳୀୟ ବୈଠକ ଡକାଇଛନ୍ତି ।

related posts

Leave a Comment