Home Breaking News / ତାଜା ଖବର ଦାଦନ ମୃତ୍ୟୁର ୫ ଦିନ ବିତିଲାଣି: ହେଲେ ମୃତଦେହ ଏଯାଏ ଗାଁରେ ପହଞ୍ଚିନି

ଦାଦନ ମୃତ୍ୟୁର ୫ ଦିନ ବିତିଲାଣି: ହେଲେ ମୃତଦେହ ଏଯାଏ ଗାଁରେ ପହଞ୍ଚିନି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଗାଁରେ କାମଧନ୍ଦା ମିଳିଲାନି ଫଳରେ କେରଳ ଯାଇଥିଲେ କାମ କରିବାକୁ। ହେଲେ ସେଠାରେ ମୃତ୍ୟ ହୋଇଗଲା। ତେବେ ମୃତ୍ୟୁର ୫ ଦିନ ବିତିଲାଣି ମୃତଦେହ ଗ୍ରାମରେ ପହଞ୍ଚି ପାରିଲାନି। ଫଳରେ ବାପା ମା ପୁଅକୁ ଦେଖିବା ଲାଗି ଅନାଇ ଅନାଇ ଖାଇବା ପିଇବା ସବୁ ଛାଡିଦେଲେଣି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ରେ ।
ଜିଉଦୟଗିରିର ପୂର୍ଣ୍ଣଚନ୍ଦ୍ର ନା ଏକଙ୍କ ଦ୍ଵିତୀୟ ପୁଅ କାର୍ତ୍ତିକେଶ୍ଵରନା ଏକ ଦାଦନ ଖଟିବାକୁ କେରଳ ଯାଇ ପେରୁମ୍ଭାପୁର ଠାରେ ରହି ଏକ ପ୍ଲାଏ ଉଡ଼ କାରଖାନାରେ କାମ କରୁଥିଲେ । ହେଲେ ଗତ ୧୫ ତାରିଖରେ କାର୍ତ୍ତି6କ ଶ୍ଵରଙ୍କ ମୃତ୍ୟୁ ହୋଇଥିଲା ।
ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ କେରଳରୁ କାର୍ତ୍ତିକର ଶବକୁ ଗ୍ରାମକୁ ଆଣିବା ବ୍ୟବସ୍ଥା କରିବା ଜରୁରୀ ବୋଲି ଅଞ୍ଚଳ ବାସୀ କହିଛନ୍ତି ।

related posts

Leave a Comment