Home Breaking News / ତାଜା ଖବର ପଗୋସିସ ସ୍ପାଏ ପ୍ରସଙ୍ଗ, ସଂସଦରେ ସରକାରଙ୍କୁ ଘେରିଲେ ବିରୋଧୀ

ପଗୋସିସ ସ୍ପାଏ ପ୍ରସଙ୍ଗ, ସଂସଦରେ ସରକାରଙ୍କୁ ଘେରିଲେ ବିରୋଧୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦେଶରେ ମୋବାଇଲ ଉପରେ ଗୁଇନ୍ଦାଗିରି କରୁଛି ପଗୋସିସ ସ୍ପାଏ । ଇସ୍ରାଏଲର ଗୁଇନ୍ଦା ସଫ୍ଟଓୟାରର ଏପରି କାଣ୍ଡକୁ ନେଇ ଆଜି ସାରା ଦେଶରେ ଦେଖିବାକୁ ମିଳିଛି ହଙ୍ଗାମା । ଆଜି ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ , ସଦନର ପ୍ରଥମ ଦିନ ପଗୋସିସ ସଫ୍ôଟଓୟାରର ଗୁଇନ୍ଦାଗିରିକୁ ନେଇ ତାତି ଥିଲା । ବିରୋଧୀ ଏହି ପ୍ରସଙ୍ଗକୁ ନେଇ ଏପରି ହୋହଲ୍ଲା କରିଥିଲେ ଯେ ପ୍ରଧାନମନ୍ତ୍ରୀ ତାଙ୍କର ଭାଷଣ ବି ରଖି ପାରିନଥିଲେ ।
ଇସ୍ରାଏଲର ଏହି ଗୁଇନ୍ଦାଗିରି କରୁଥିବା ପଗୋସିସ୍ ସଫ୍ôଟଓୟାର ଦେଶର ୩୦୦ରୁ ଅଧିକ ମୋବାଇଲ ହ୍ୟାକ୍ କରିଥିବା ନେଇ ଦ ଓୟାରରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏଥିରେ କୁହାଯାଇଥିଲା ପଗୋସିସ୍ ନିକଟରେ ବିଶ୍ୱର ପ୍ରାୟ ୫ ହଜାର ଡାଟା ରହିଛି । ଏହା ମଧ୍ୟରୁ ଭାରତର ପ୍ରାୟ ୩୦୦ରୁ ଅଧିକ ଲୋକଙ୍କ ନଂବର ରହିଛି । ଯାହା ମଧ୍ୟରେ ୨ ଜଣ କେନ୍ଦ୍ରମନ୍ତ୍ରୀ, ବିରୋଧୀ ଦଳର ୩ ଜଣ ନେତା, ୪୦ରୁ ଅଧିକ ସାଂବାଦିକ, ବ୍ୟବସାୟୀ, ବୈଜ୍ଞାନିକ, ସୁପ୍ରିମକୋର୍ଟ ବିଚାରପତି, ଦିଲ୍ଲୀ ୟୁନିଭର୍ସିଟିର ଅଧ୍ୟାପକଙ୍କ ନଂବର ବି ରହିଛି ଏଥିରେ । ଆପଣ ମୋବାଇଲ ବ୍ୟବହାର ନକରୁଥିବା ସମୟରେ ବି କଣ କଥା ହେଉଛନ୍ତି, କଣ କରୁଛନ୍ତି ଏହି ପେଗୋସିସ୍ ଜରିଆରେ ହ୍ୟାକର ତଥ୍ୟ ସଂଗ୍ରହ କରିପାରିବ ।

କଂଗ୍ରେସ ମୁଖପାତ୍ର ରଣଦୀପ ସୂର‌୍ୟ୍ୟେଓ୍ବାଲା କହିଛନ୍ତି ଯେ ସରକାର ଏବେ ନିଜ ଲୋକମାନଙ୍କ ଉପରେ ଗୁଇନ୍ଦାଗିରି କରୁଛନ୍ତି । ଯଦି ଏହା ଏକ ରାଷ୍ଟ୍ରବିରୋଧୀ କାର‌୍ୟ୍ୟ ନୁହେଁ, ତେବେ ଆଉ କ’ଣ ? ବିଜେପି ଏବେ ଭାରତୀୟ ଜାସୁସୀ ପାର୍ଟିରେ ପରିଣତ ହୋଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ଗୁଇନ୍ଦାଗିରି କରି ମୋଦୀ କେଉଁପ୍ରକାରର ଆତଙ୍କବାଦୀ କାର‌୍ୟ୍ୟକଳାପ ବିରୋଧରେ ଲଢୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
ତେବେ ଲୋକସଭାରେ ଏକ ବୟାନ ରଖି କେନ୍ଦ୍ର ସୂଚନା ପ୍ରଯୁକ୍ତି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଭାରତରେ ବେଆଇନ ଗୁଇନ୍ଦାଗିରି କରିବା ସମ୍ଭବ ନୁହେଁ । ସଂସଦର ମୌସୁମୀ ଅଧିବେଶନର ଦିନକ ପୂର୍ବରୁ ଏକ ନ୍ୟୁଜ ପୋର୍ଟାଲରେ ଏ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇବା କେବଳ ଏକ ସଂଯୋଗ ମାତ୍ର ନୁହେଁ । ଭାରତୀୟ ଗଣତନ୍ତ୍ରକୁ ବଦନାମ କରିବାକୁ ଏହା ଏକ ଷଡ଼ଯନ୍ତ୍ର ।

related posts

Leave a Comment