Home Breaking News / ତାଜା ଖବର ବିଜୁଳି କାଟ ଓ଼ ଦର ବୃଦ୍ଧି ପ୍ରତିବାଦ ରେ ବିଜେପି ଯୁବ ମୋର୍ଚ୍ଚା ର କ୍ୟାଣ୍ଡେଲ ରାଲି ଓ଼ ବିକ୍ଷୋଭ ପ୍ରଦର୍ଶନ

ବିଜୁଳି କାଟ ଓ଼ ଦର ବୃଦ୍ଧି ପ୍ରତିବାଦ ରେ ବିଜେପି ଯୁବ ମୋର୍ଚ୍ଚା ର କ୍ୟାଣ୍ଡେଲ ରାଲି ଓ଼ ବିକ୍ଷୋଭ ପ୍ରଦର୍ଶନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର(ଅକ୍ଷୟ କୁମାର ପୂଜାହାରୀ) : ଆଜି ସନ୍ଧ୍ୟା ରେ ସୁବର୍ଣ୍ଣପୁର ଜ଼ିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ଭୋଇ ତତ୍ବାବଧାନରେ ଅଘୋଷିତ ବିଜୁଳି କାଟ, ଲୋ ଭୋଲ୍ଟଟେଜ ଓ଼ ବିଜୁଳି ଦର ବୃଦ୍ଧି ର ପ୍ରତିବାଦ ରେ ଜ଼ିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ସହର ସହର ପରିକ୍ରମା କରାଯାଇଥିଲା l ଏହି ରାଲି ବିଦ୍ୟୁତ ବିଭାଗ ରାସ୍ତା ଦେଇ ଜ଼ିଲ୍ଲା ୱେସ୍କୋ ଅଫିସ କୁ ପହଞ୍ଚି ଉଭୟ ଅଫିସ ଠାରେ ନେତା ଓ଼ କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଏବଂ ୱେସ୍କୋ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ l ଏହି ଶୋଭାଯାତ୍ରା ରେ ଜ଼ିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର ନେତୃତ୍ୱ ନେଇଥିବା ବେଳେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷl ଉଷା କୁମାରୀ, , ନାରୀ ନେତ୍ରୀ ଗାୟତ୍ରୀ ପାଣିଗ୍ରାହୀ, ରୋହିଣୀ ଡାଙ୍ଗ, ସଂଯୁକ୍ତା ମିଶ୍ର, ସୁମନ୍ତ ଜଗଦଲା, ରଘୁବୀର ପାଣିଗ୍ରାହୀ,ସୁରେଶ ବିଶ୍ୱାଳ, ରାଜେନ୍ଦ୍ର ବିଶି, ଯୁବନେତା ଜଗତ ଜ୍ୟୋତି ତ୍ରିପାଠୀ, ଯୁବ ନେତା ତଥା ମିଡ଼ିଆ ପ୍ରଭାରୀ ରବି ନାରାୟଣ ପାଢୀ, ସଂଗ୍ରାମ ସମେତ ଶତାଧିକ ବିଜେପି ଯୁବ ମୋର୍ଚ୍ଚା କମକତ୍ତା ଓ ବିଜେପି କର୍ମୀ ଏହି ରାଲି ରେ ସାମିଲ ଦେଇଥିଲେ

related posts

Leave a Comment