Home Breaking News / ତାଜା ଖବର ବ୍ରହ୍ମପୁରରେ ବିଜୁଳି ବତୀ

ବ୍ରହ୍ମପୁରରେ ବିଜୁଳି ବତୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର(ଶ୍ରୀନିବାସ ପଟ୍ଟନାୟକ):

  • 1936 ମସିହା ଡିସେମ୍ବର 27 ତାରିଖରେ ବ୍ରହ୍ମପୁର ସହରରେ ରେ ପ୍ରଥମେ ବିଜୁଳି ଆଲୋକ ଜଳିଥିଲା
  • ବର୍ତ୍ତମାନ ର ଗିରିମାର୍କେଟ ନିକଟ ବିଜୁପଟ୍ଟନାୟକ ପାର୍କ ଏକ ପୋଖରୀ ଥିଲା। ଯାହାର ନାମ ଥିଲା ତାମ୍ମେୟା ବନ୍ଧ, ଏହି ପୋଖରୀ ପାର୍ଶ୍ଵରେ ବିଜୁଳି ଅମଳ ଯନ୍ତ୍ର ସ୍ଥାପନା କରାଯାଇଥିଲା।
  • ମାଡ୍ରାସ ର ଏକ ବିଜୁଳି କର୍ପୋରେସନ ଏଠାରେ ବିଜୁଳି କଳ ପ୍ରତିଷ୍ଠା କରି,ଅମଳ ବଣ୍ଟନ କରୁଥିବାରୁ, ଆଜି ମଧ୍ୟ ଗିରି ମାର୍କେଟ, ଆସ୍କା ରୋଡ଼, ବିଜୁପଟ୍ଟନାୟକ ପାର୍କ ରୋଡ଼ କୁ ଲୋକେ କର୍ପୋରେସନ ରୋଡ଼ କହନ୍ତି।
  • ଆଜିମଧ୍ୟ ବିଜୁପଟ୍ଟନାୟକ ପାର୍କ ପଡିଶା ରେ ଇଲେକ୍ଟ୍ରିକାଲ ଅଫିସ,ସବଷ୍ଟେସନ ଟିଏ ଅଛି।
  • ତାମ୍ମେୟା ବନ୍ଧ ର ପାଣି ପମ୍ପା ଦ୍ବାରା ଉଚ୍ଚକୁ ଉଠାଇ ପ୍ରପାତ କରି ବିଜୁଳି ଅମଳ କରାଯାଉଥିଲା।
  • ଖଲିକୋଟ ରାଜା ଶ୍ରୀ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଙ୍କ ଉଦ୍ୟମ ରେ ଏହି ବିଜୁଳି କର୍ପୋରେସନ ପ୍ରତିଷ୍ଠା ହୋଇଥିଲା।
  • ବ୍ରହ୍ମପୁର ଦଳୁଆ ସାହି ର ଇଂଜିନିୟର ଚଲ୍ଲପତ ରାଓ ଯାନ୍ତ୍ରିକ ମୁଖ୍ୟ ଥିଲେ।
  • ବ୍ରହ୍ମପୁର ସହର ବଜାର, ବଡ଼ବଡ଼ିଆ ଙ୍କ ଘର ମାନଙ୍କ ରେ ବିଜୁଳି ବତୀ ଜଳିଥିଲା।
  • ସହର ରେ କାଠଖମ୍ବ ପୋତି ବିଜୁଳି ଯୋଗାଣ ହୋଇଥିଲା।
  • ସହର ର ଆଲୋକ ଦେଖି ଲୋକେ କହିଲେ-ବରମ୍ପୁରରେ ରାତି ନାହିଁ, ଇଚ୍ଛାପୁର ରେ ଜାତି ନାହିଁ।
  • ବିଜୁବାବୁ ଙ୍କ ଉଦ୍ୟମ ଫଳରେ କୋରାପୁଟ ଡୁଡୁମା ରୁ 1962 ବେଳେ ବ୍ରହ୍ମପୁର କୁ ବିଜୁଳି ଯୋଗାଣ ହୋଇଥିଲା, ସମଗ୍ର ସହର ଏବଂ ଜିଲ୍ଲା କୁ ବିଜୁଳି ଯୋଗାଣ ପର୍ଯ୍ୟାପ୍ତ ହୋଇଥିଲା, ବ୍ରହ୍ମପୁର ଫାଷ୍ଟଗେଟ, ଦିଗପହଣ୍ଡି ରୋଡ଼ ରେ ଡୁଡୁମା କଲୋନୀ,ସବଷ୍ଟେସନ ଆଜି ବି ଅଛି।
  • ତଥ୍ୟ- ଡଃ ଅନନ୍ତରାମ କର କୈାଣ୍ଡିନ୍ୟ ନିମଖଣ୍ଡି ପେଣ୍ଠ, ଭୀଷ୍ମଗିରି ,ଗଂଜାମ

related posts

Leave a Comment