Home Breaking News / ତାଜା ଖବର ଶିଳ୍ପାସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ

ଶିଳ୍ପାସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ । ମୁମ୍ୱାଇ ପୋଲିସର କ୍ରାଇମବ୍ରାଂଚ ଅଶ୍ଳୀଳ ଭିଡିଓ ଅଭିଯୋଗରେ ତାଙ୍କୁ ଗିରଫ କରିଥିବା ଜଣା ପଡିଛି । ବିଭିନ୍ନ ନବାଗତ ମଡେଲଙ୍କୁ ଫିଲ୍ମରେ ଅଭିନୟ ସୁଯୋଗ ଦେବା ନାଁରେ ଡାକି ସେମାନଙ୍କର ଭିଡିଓ କ୍ଲିପ୍ ତିଆରି କରି ବିଭିନ୍ନ ୱେବସାଇଟକୁ ବିକ୍ରି ଅଭିଯୋଗରେ ଗତ ଫେବ୍ରୁଆରୀ ୨୧ ରେ ଥାନାରେ ଏତଲା ହୋଇଥିଲା । ପୋଲିସ ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ଆଗରୁ ୪ ଜଣଙ୍କୁ ଗିରଫ କରିଥିଲା । ମାମଲାର ତଦନ୍ତ ଆଗକୁ ବଢିବା ପରେ ମାମଲାରେ ସଂପୃକ୍ତି ନେଇ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିବା ଜଣାପଡିଛି ।

related posts

Leave a Comment