Home Breaking News / ତାଜା ଖବର ଆସନ୍ତାକାଲି ଠାରୁ ସଂସଦ ମୌସୁମୀ ଅଧିବେଶନ, ସୁରୁଖୁରୁରେ ଗୃହ ଚଳାଇବାକୁ ଦାବି କଲେ ମୋଦି

ଆସନ୍ତାକାଲି ଠାରୁ ସଂସଦ ମୌସୁମୀ ଅଧିବେଶନ, ସୁରୁଖୁରୁରେ ଗୃହ ଚଳାଇବାକୁ ଦାବି କଲେ ମୋଦି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆସନ୍ତାକାଲି ଠାରୁ ସଂସଦର ମୌସୁମୀ ଅଧିବେଶନ । ଜୁଲାଇ ୧୯ରୁ ଅଗଷ୍ଟ ଅଗଷ୍ଟ ୧୩ ତାରିଖ ଯାଏଁ ଚାଲିବ ଅଧିବେଶନ । ଏଥର ଅଧିବେଶନରେ ରହିଛି ମୋଟ୍ ୧୯ଟି କାର୍ଯ୍ୟଦିବସ । କରୋନା କଟକଣାକୁ ପାଳନ କରି ଏଥର ମୌସୁମୀ ଅଧିବେଶନ ଚାଲିବ । ସଂସଦର ମୌସୁମୀ ଅଧିବେଶନ ଆଗରୁ ଆଜି ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦଳୀୟ ବୈଠକ ଡାକିଥିଲେ । ଏଥିରେ ପ୍ରାୟ ୪୦ଟି ରାଜନୈତିକ ଦଳରୁ ୩୩ଟି ରାଜନୈତିକ ଦଳର ନେତା ସାମିଲ ହୋଇଥିଲେ । ମୋଦିଙ୍କ ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ରାଜ୍ୟସଭାରେ କେନ୍ଦ୍ର ମନ୍ତ୍ରୀ ତଥା ଗୃହର ନେତା ପୀୟୁଷ ଗୋୟଲ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ ଉପସ୍ଥିତ ଥିଲେ।
ଏହି ବେଠକରେ କଂଗ୍ରେସରୁ ଆଧୀର ରଂଜନ ଚୌଧୂରୀ ଏବଂ ମଲ୍ଲିକାର୍ଜୁନ ଖଡଗେ, ଟିଏମସିରୁ ଡେରେକ ଓ’ବ୍ରାଇନ୍ ଏବଂ ସୁଦୀପ ବାଣ୍ଡୋପାଧ୍ୟାୟ, ଡିଏମକେରୁ ତିରୁଚି ସାଇଭା ଏବଂ ଟିଆର ବାଲୁ, ମିଥୁନ ରେଡ୍ଡୀ ଏବଂ ବିଏସପି କଂଗ୍ରେସର ବିଜୟ ସାଇ ରେଡ୍ଡୀ ଅଂଶଗ୍ରହଣ କରିଛନ୍ତି। , ସମାଜବାଦି ପାର୍ଟିର ରାମଗୋପାଲ ଯାଦବ, ଅପନା ଦଳରୁ ଅନୁପ୍ରିଆ ପଟେଲ, ଅକାଳୀ ଦଳରୁ ହର୍ଷମିତ କୌର ବାଦଲ, ଶିବସେନାର ସଞ୍ଜୟ ରାଉତ, ବିଜେଡିର ପିନାକି ମିଶ୍ର ଏବଂ ପ୍ରସନ୍ନ ଆଚାର‌୍ୟ୍ୟ ଯୋଗ ଦେଇଥିଲେ। ଏହି ବେଠକରେ ବିରୋଧୀ ଦଳ କୃଷି ବିଲ୍‌,ଦରଦାମ ବୃଦ୍ଧୀ ବିଶେଷକରି ପେଟ୍ରୋଲ ଏବଂ ଡିଜେଲର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି ଏବଂ ଏନଇଇଟିରେ ଓବିସି ପାଇଁ ସଂରକ୍ଷଣ ଆଣିବାକୁ ସରକାର ଦାବି କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିରୋଧୀ ଦଳମାନଙ୍କୁ କହିଛନ୍ତି ଯେ ସମସ୍ତ ପରାମର୍ଶକୁ ବିଚାରକୁ ନିଆଯିବ ଏବଂ ସରକାର ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି।

related posts

Leave a Comment