Home Breaking News / ତାଜା ଖବର ୧୧ ଲକ୍ଷର ଛେଳି, ବକ୍ରି ଇଦରେ ପଡିବ ବଳି, ଜାଣନ୍ତୁ କେଉଁଠି?

୧୧ ଲକ୍ଷର ଛେଳି, ବକ୍ରି ଇଦରେ ପଡିବ ବଳି, ଜାଣନ୍ତୁ କେଉଁଠି?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଗାମୀ ୨୦ ତାରିଖରେ ପଡିବ ବକ୍ରି ଇଦ୍ । ଏହି ଅବସରରେ ଏକ ଦାମୀ ଛେଳିକୁ ବଳି ପକାଯିବ । ଯାହା ଏବେ ଗଣମାଧ୍ୟମରେ ରାତାରାତି ବେଶ୍ ଚର୍ଚା ସାଉଁଟିଲାଣି । ଏହି ଛେଳିର ଦାମ କେତେ ଜାଣିଛନ୍ତି, ଛେଳିର ଦାମ ହେଉଛି ୧୧ ଲକ୍ଷ । ଆଗାମୀ ଇଦ ଉଲ ଜୁହାରେ ଏହାକୁ ସୁରଟରେ ବଳି ଦିଆଯିବ । ଛେଳିଟି ପ୍ରତିଦିନ କାଜୁ ଓ ବାଦାମ ସହ ଦିନକୁ ୪ ଲିଟର କ୍ଷୀର ପିଇଥାଏ। ଛେଳିଟିର ନାମ- ତୈମୁର । ଏହାର ଓଜନ ୧୯୨ କିଲୋଗ୍ରାମ । ସୁରଟର ଜଣେ ବିଲଡର ଏହି ଛେଳିଟିକୁ କୁର୍ବାନୀ ଦେବା ଲାଗି ଆଣିଥିବା କୁହାଯାଉଛି। ଆଉ ଏହି ଛେଳିଟି ଏବେ ଆକର୍ଷଣର କେନ୍ଦ୍ର ପାଲଟିଛି । ପଞ୍ଜାବି ପ୍ରଜାତିର ଏହି ଛେଳିଟିର ଉଚ୍ଚତା ୪୬ ଇଞ୍ଚ ଥିବା ବେଳେ ବୟସ ଅଢେଇ ବର୍ଷ । ସୁରଟର ଜବର ଭାଇ ସୁରତିଏ ଏହି ଛେଳିଟିକୁ ବକରି-ଇଦରେ କୁର୍ବାନୀ ଦେବା ପାଇଁ ଜଣେ ପଶୁପାଳକଙ୍କଠାରୁ ୧୧ ଲକ୍ଷ ଟଙ୍କା ଦେଇ କିଣିଛନ୍ତି ।

related posts

Leave a Comment