Home Breaking News / ତାଜା ଖବର ନୂଆଦିଲ୍ଲୀରେ ପହଁଚିଲା ଆଫଗାନିସ୍ତାନରେ ତାଲିବାନ ଗୁଳିରେ ମୃତ ଡାନିସ ସିଦ୍ଦିକିଙ୍କ ମରଶରୀର

ନୂଆଦିଲ୍ଲୀରେ ପହଁଚିଲା ଆଫଗାନିସ୍ତାନରେ ତାଲିବାନ ଗୁଳିରେ ମୃତ ଡାନିସ ସିଦ୍ଦିକିଙ୍କ ମରଶରୀର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଫଗାନିସ୍ତାନରେ ତାଲିବାନ ଗୁଳିରେ ଜୀବନ ହରାଇଥିବା ଭାରତୀୟ ଫଟୋ ଜର୍ଣ୍ଣାଲିଷ୍ଟ ଡାନିସ ସିଦ୍ଦିକିଙ୍କ ମରଶରୀର ଆଜି ସଂଧ୍ୟାରେ ନୂଆଦିଲ୍ଲୀରେ ପହଁଚିଛି । ଏୟାର ଇଣ୍ଡିଆର ବିମାନରେ ଡାନିସଙ୍କ ପାର୍ଥିବ ଶରୀର ଆଫଗାନିସ୍ତାନରୁ ନୂଆ ଦିଲ୍ଲୀକୁ ଅଣାଯାଇଛି । ଜାମିଆ ମିଲିଆ ଇସଲାମିଆ ୟୁନିଭର୍ସିଟିରେ ପାଠ ପଢିଥିଲେ ଡାନିସ ସିଦ୍ଦିକି । ଏହି ବିଶ୍ୱ ବିଦ୍ୟାଳୟର କବର ଖାନାରେ ତାଙ୍କୁ ଅନ୍ତିମ ସଂସ୍କାର କରାଯିବ ବୋଲି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ରଏଟର ପକ୍ଷରୁ କାମ କରୁଥିବା ଡାନିସ, ବର୍ତମାନ ତାଲିବାନ ଯୁଦ୍ଧ ଗ୍ରସ୍ତ ଆଫଗାନିସ୍ତାନକୁ ସେନା ସହିତ ଗସ୍ତ କରିଥିଲେ । ପାକିସ୍ତାନ ସୀମାନ୍ତ ସ୍ପିନ୍ ବୋଲଡାକ୍ ସହରରେ ଆଫଗାନିସ୍ତାନର ସ୍ପେଶାଲ ଫୋର୍ସ ସହିତ ଫେରିବା ସମୟରେ ଗତ ଶୁକ୍ରବାର ତାଙ୍କ ଠାରେ ଗୁଳି ଲାଗିଥିଲା । ସେହିଠାରେ ସେ ଆଖି ବୁଜିଥିଲେ । ଫେରିବା ସମୟରେ ତାଲିବାନୀ ଗୁଳିରେ ତାଙ୍କର ଜୀବନ ଯାଇଥିବା ସୂଚନା ମିଳିଥିଲା । ୨୦୧୮ ମସିହାରେ ଡାନିସ ସିଦ୍ଦିକିଙ୍କୁ ପୁଲିଜର ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସିଦ୍ଦିକିଙ୍କ ବାପା ଜାମିଆ ମିଲିଆରେ ଡିନ୍ ଫାକଲଟି ଭାବରେ କାର୍ଯ୍ୟ କରୁଛନ୍ତି ।

related posts

Leave a Comment