Home Breaking News / ତାଜା ଖବର ଲାଲଗଡରେ ଡିଜିପି, ସରେଣ୍ଡର କଲେ ୨ କୁଖ୍ୟାତ ମାଓବାଦୀ

ଲାଲଗଡରେ ଡିଜିପି, ସରେଣ୍ଡର କଲେ ୨ କୁଖ୍ୟାତ ମାଓବାଦୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଜି ଲାଲଗଡ ଗସ୍ତରେ ଯାଇଥିଲେ ପୋଲିସ ଡିଜି ଅଭୟ । ସୁରକ୍ଷା ସ୍ଥିତି ସମୀକ୍ଷା କରିବା ସହ ମାଲକାନଗିରି, କୋରାପୁଟ ଜିଲ୍ଲା ଗସ୍ତର କରି ବିଏସଏଫ କ୍ୟାମ୍ପରେ ସ୍ଥିତି ପରଖିଥିଲେ । ଏହି ଅବସରରେ ପୋଲିସ ଡିଜିଙ୍କ ନିକଟରେ ୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ମାଲକାନଗିରିରେ ପୋଲିସ ଡିଜିଙ୍କ ନିକଟରେ ୨ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଥିଲେ । ଆତ୍ମସମର୍ପଣ କରିଥିବା ୨ ମାଓବାଦୀ ହେଉଛନ୍ତି ସବିତା ଏବଂ ରାଇଧର । ସବିତା ନାଁରେ ୨ ଲକ୍ଷ ଏବଂ ରାଇଧର ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ବହୁ ଦିନରୁ ଏମାନେ ଲାଲ ସଂଗଠନ ସହିତ ଜଡିତ ଥିଲେ । ଏବେ ଲାଲ ସଂଗଠନ ବିଚାରଧାରାରୁ ଅଲଗା ହେବା ପରେ ସେମାନେ ମାଓ ସଂଗଠନ ଛାଡି ସମାଜର ମୁଖ୍ୟ ଧାରାକୁ ଫେରିବାକୁ ମନ ବଳାଇଛନ୍ତି । ଆଜି ପୋଲିସ ଡିଜି ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ଦୁଇ ମାଓବାଦୀ ତାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ତେବେ ସୁଚନାଅନୁସାରେ ସୁନାବେଡ଼ାରେ ଏକ ଗୁରୁତ୍ତ୍ୱପୁର୍ଣ୍ଣ ବୈଠକର ଆଲୋଚନାରେ ଯୋଗ ଦେଇଛନ୍ତି ପୋଲିସ ଡିଜି ଅଭୟ । ଏହି ମାଓ ଦମନ ଅଭିଯାନ ଓ ଆଗାମୀ ରଣନୀତି ବାବଦରେ ଜିଲ୍ଲା ପୋଲିସ ସହ ଆଲୋଚନା କରିଛନ୍ତି ପୋଲିସ ଡିଜି ।
ବୌଠକରେ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ୍, ବିଏସଏଫ ଆଇଜି ଓ କୋରାପୁଟ ଏସପି ଉପସ୍ଥିତ ଥିଲେ ।

related posts

Leave a Comment